26.1 C
Bhubaneswar
Friday, March 29, 2024
Homeଅପରାଧଛୁଆ କଳିରୁ ମହାଭାରତ : ଚାଲିଗଲା ବୃଦ୍ଧଙ୍କ ଜୀବନ

ଛୁଆ କଳିରୁ ମହାଭାରତ : ଚାଲିଗଲା ବୃଦ୍ଧଙ୍କ ଜୀବନ

ଫୁଲବାଣୀ : ସାମାନ୍ୟ ବଚସାରୁ ମହାଭାରତ। ଛୋଟ ଛୁଆଙ୍କ କଳିକୁ କେନ୍ଦ୍ରକରି ଜଣେ ବୃଦ୍ଧଙ୍କୁ ତଣ୍ଟି ଚପି ଡ୍ରେନ୍‌ରେ ପକାଇ ହତ୍ୟା କରିବା ଭଳି ଘଟଣା ଫୁଲବାଣୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ଘଟିଛି, କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳର କବରଖାନା ସାହିରେ। ମୃତକଙ୍କ ନାଁ ଲଡୁବାବା ମହାରଣା। ଅଭିଯୁକ୍ତଙ୍କ ନାଁ କାଳିଆ ସାହୁ।
ସୂଚନା ଅନୁଯାୟୀ, ରବିବାର କାଳିଆ ସାହୁଙ୍କ ନାତି ଓ ଲଡୁବାବାଙ୍କ ନାତି ଖେଳୁଥିଲେ। ଏହି ସମୟରେ କାଳିଆ ସାହୁଙ୍କ ନାତି ଲଡୁବାବାଙ୍କ ନାତିର ହାତକୁ କାମୁଡ଼ି ଦେଇଥିଲା। ଏନେଇ ଆହତ ଶିଶୁ ତାଙ୍କ ଘରେ କହିଥିଲେ। ତା’ପରେ ଶିଶୁଟିର ବାପା ଶିବରାମ ମହାରଣା ଏ ସଂପର୍କରେ କାଳିଆ ସାହୁଙ୍କୁ ପଚାରିଥିଲେ। ଫଳରେ ଉଭୟଙ୍କ ମଧ୍ୟ ଝଗଡ଼ା ଆରମ୍ଭ ହୋଇଥିଲା। ଏହି ସମୟରେ ଲଡୁବାବା ଘଟଣାସ୍ଥଳରେ ପହଞ୍ଚିବାରୁ କାଳିଆ ସାହୁ ତାଙ୍କୁ ଠେଲି ଦେଇଥିଲେ। ଫଳରେ ସେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଲଡୁବାବାଙ୍କ ପରିବାର ଲୋକେ କାଳିଆ ସାହୁଙ୍କ ନାଁରେ ଫୁଲବାଣୀ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୁକ୍ତ କାଳିଆ ସାହୁଙ୍କୁ ଗିରଫ କରିଛି ବୋଲି ଜଣାପଇଛି ।
ଏନେଇ ମୃତକଙ୍କ ପୁଅ ଶିବରାମ ମହାରଣା କହିଛନ୍ତି, “କାଳିଆ ସାହୁଙ୍କ ନାତି ମୋ ପୁଅକୁ କାମୁଡ଼ି ଦେଇଥିଲା। ପୁଅ ମୋତେ ଘଟଣା ସମ୍ପର୍କରେ କହିବା ପରେ ଏନେଇ ମୁଁ କାଳିଆ ସାହୁଙ୍କୁ ପଚାରିଥିଲି। ହେଲେ ସେ ମୋତେ ଗାଳି କରିବା ସହିତ ମାରିଥିଲେ। ଏହା ଦେଖି ମୋ ବାପା ଆସି ସେଠାରେ ପହଞ୍ଚିଥିଲେ। ଏହାପରେ କାଳିଆ ସାହୁ ମୋ ବାପାଙ୍କ ତଣ୍ଟି ଚିପି ସିମେଣ୍ଟ ରାସ୍ତାରେ ମୁଣ୍ଡକୁ ଛେଚି ଦେଇଥିଲା। ଆମେ ସଙ୍ଗେ ସଙ୍ଗେ ବାପାଙ୍କୁ ଡାକ୍ତରଖାନା ନେଇଥିଲୁ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।”

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking