26.1 C
Bhubaneswar
Friday, March 29, 2024
Homeଓଡିଶାପାଇଖାନା ପାଲଟିଛି ବୁଦ୍ଧାଙ୍କ ଆଶ୍ରୟ ସ୍ଥଳୀ

ପାଇଖାନା ପାଲଟିଛି ବୁଦ୍ଧାଙ୍କ ଆଶ୍ରୟ ସ୍ଥଳୀ

ଭବାନୀପାଟଣା : ଗରୀବ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ସାମିଲ କରି ଆବାସ ଗୃହ ଯୋଗାଇ ଦେଉଥିବା ବେଳେ ବୃଦ୍ଧା ଜଣକ ଆଜକୁ ୧ ବର୍ଷ ହେବ ଘର ନଥିବାରୁ ସ୍ୱଚ୍ଛ ଭାରତ ଯୋଜନାରେ ମିଳିଥିବା ପାଇଖାନାକୁ ନିଜ ଅଶ୍ରୟ ସ୍ଥଳି କରିନେଇଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଂଚାୟତ ସୁନାମାଲ ଗ୍ରାମର ଗରୀବ ବୃଦ୍ଧା ରାଧିକା ଖର୍ସେଲ ବୟସ ୭୦ ପାର ହେଲାଣି, ସ୍ୱାମୀ ଆରପାରିରେ, ଝିଅ ଟିଏ ଥିଲା ତାଙ୍କୁ ମଧ୍ୟ ବାହା ଦେବା ପରେ ରାଧିକା ନିଜ ଭଙ୍ଗା ଦଦରା ଘରେ ଏକୁଟିଆ ରହୁଥିଲେ । ତେବେ ଗତ କିଛିବର୍ଷ ହେବ ତାଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସମ୍ବଳ ଅଭାବରୁୁ ମରାମତି କରି ପାରିନଥିଲେ । ପାଖ ପଡ଼ୋଶୀ ଘର ବାରଣ୍ଡାରେ ଦିନ କାଟୁଥିବା ବେଳେ ପେଟପାଟଣା ପାଇଁ ବାର ଦୁଆରେ ଭିକମାଗି ନିଜର ଗୁଜୁରାଣ କରୁଥିବା ବେଳେ ଅନେକ ସମୟରେ ଘର ଖଣ୍ଡିଏ ପାଇଁ ଗାଁ ୱାର୍ଡ ମେମ୍ବରଠୁ ଆରମ୍ଭ କରି ସରପଂଚ ଓ ବିଡିଓଙ୍କ ନିକଟରେ ମଧ୍ୟ ଗୁହାରି କରିଥିବା ବେଳେ ଗରିବ ବୃଦ୍ଧାର କଥା ଶୁଣିବାକୁ ସତେ ଯେମତି କାହା ପାଖରେ ସମୟ ନାହିଁ । ପାଇଖାନା ଘର ବାହାରେ ରନ୍ଧାବଢା କରିବା ସହ ପାଇଖାନା ଘର ଭିତରେ ଶୋଇବାଠାରୁ ଆରମ୍ଭ କରି ନିଜର ନିତ୍ୟ ବ୍ୟବହାର ସାମାନ ରଖିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସକାଳ ହେଲେ ବୃଦ୍ଧା ଗାଁ’ଗାଁ ବୁଲି ଭିକ୍ଷାମାଗି ବୁଲୁଥିବା ବେଳେ ପାଖ ପଡୋଶୀ ଦୟାକରି ଖାଇବାକୁ ଦେଲେ ଖାଉଥିବା ଗ୍ରାମବାସୀମାନେ ପ୍ରକାଶ କହିଛନ୍ତି । ମୁଖ୍ୟ ରାସ୍ଥା କଡରେ ବୃଦ୍ଧା ଜଣକ ପାଇଖାନାରେ ରହୁଥିବା ବେଳେ ପ୍ରତିଦିନ ଏହି ରାସ୍ତା ଦେଇ ସରକାରୀ ବାବୁ ଓ ଜନ ପ୍ରତିନିଧିମାନେ ଯିବା ଆସିବା କରୁଥିଲେ ସୁଦ୍ଧା ବୃଦ୍ଧାଙ୍କ ଦୁର୍ଦଶା ଉପରେ କାହାର ନଜର ପଡୁନାହିଁ । ତେବେ ଅସଃହାୟ ବୃଦ୍ଧା ଜଣକଙ୍କୁ ପ୍ରଶାସନର ଦୁରଦୃଷ୍ଟି କେବେ ପଡୁଛି ଦେଖିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking