34.1 C
Bhubaneswar
Friday, March 29, 2024
Homeଓଡିଶାଗିନିଜ୍‍ ବୁକରେ ସ୍ଥାନ ପାଇଲେ ଭିନ୍ନକ୍ଷମ ବୃଦ୍ଧା କୁମାରୀ ନାୟକ

ଗିନିଜ୍‍ ବୁକରେ ସ୍ଥାନ ପାଇଲେ ଭିନ୍ନକ୍ଷମ ବୃଦ୍ଧା କୁମାରୀ ନାୟକ

 
ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କଳମ୍ବ ପଞ୍ଚାୟତ କଦପଡା ଗ୍ରାମର ଭିନ୍ନକ୍ଷମ ହରିଜନ ମୂକ-ବଧିର ବୃଦ୍ଧା କୁମାରୀ ନାୟକଙ୍କ ୩୨ ଆଙ୍ଗୁଠି ଥିବାରୁ ଗିନିଜ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ବର୍ତ୍ତମାନ କୁମାରୀ ହାତୀଓଟ ଜରାଶ୍ରମରେ ରହୁଛନ୍ତି । ଏହା ପୂର୍ବରୁ ଜଣେ ବ୍ୟକ୍ତିଙ୍କ ହାତ ଓ ଗୋଡ଼ର ଆଙ୍ଗୁଠି ମିଶାଇ ୨୮ ଥାଇ ଗିନିଜ୍‍ ବୁକ୍‌ରେ ସ୍ଥାନ ପାଇଥିଲେ । କିନ୍ତୁ କୁମାରୀଙ୍କ ହାତ ଓ ଗୋଡର ଆଙ୍ଗୁଠି ମିଶି ୩୨ ଥିବାରୁ ସେ ଏହି ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି ।
ଗତ ୨୯.୧.୨୦ରେ ଇଂଲଣ୍ଡରୁ ପ୍ରକାଶିତ ହେଉଥିବା ଦୈନିକ ଇଂରାଜୀ ପତ୍ରିକା ଡେଲି ମେଲ୍‌ରେ ଏହା ପ୍ରକାଶ ପାଇଥିଲା । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ପରିଚାଳିତ ହାତୀଓଟ ଜରାଶ୍ରମରେ କୁମାରୀ ରହୁଛନ୍ତି । ୨୦୧୨ ମସିହା ସ୍ୱାଧୀନତା ଦିବସ ଅବସରରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ହାତୀଓଟ ଜରାଶ୍ରମ । ବିଭିନ୍ନ ଅଞ୍ଚଳର ନିଃସହାୟ ବ୍ୟକ୍ତିମାନଙ୍କୁ ଏହି ଜରାଶ୍ରମରେ ଆଶ୍ରୟ ଦେଇ ସେମାନଙ୍କ ସେବା କରିଆସୁଥିଲେ । ମାନବ ସେବା ହିଁ ମାଧବ ସେବା ଏହା ଭାବି କାର୍ଯ୍ୟ କରୁଥିଲେ ଶ୍ରୀକାନ୍ତ ସାହୁ । ଏହି ଜରାଶ୍ରମ ପାଇଁ ବହୁ ବିରୋଧୀଙ୍କ ବିଭିନ୍ନ ମିଥ୍ୟା ଅଭିଯୋଗର ସେ ସମ୍ମୁଖୀନ ହୋଇଥିଲେ ମଧ୍ୟ ଭାଙ୍ଗି ପଡିନଥିଲେ । ନିଜର ସତସାହସ ଓ ନିଃସହାୟ ବ୍ୟକ୍ତିଙ୍କ ସେବା ଯୋଗୁଁ ଆଜି ତାଙ୍କ ଜରାଶ୍ରମକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking