27.1 C
Bhubaneswar
Friday, March 29, 2024
Homeଓଡିଶାରାସ୍ତାରୁ ହଟିବ ପୁରୁଣା ଗାଡି

ରାସ୍ତାରୁ ହଟିବ ପୁରୁଣା ଗାଡି

ଭୁବନେଶ୍ୱର: ୧୫ ବର୍ଷରୁ ଅଧିକ ବୟସର ପୁରୁଣା ଗାଡି ଏବେ ରାସ୍ତାରୁ ହଟିବ । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ଏ ସଂପର୍କରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଘୋଷଣା କରିଛନ୍ତି । ରାଜ୍ୟର ପରିବହନ ନୀତି କେନ୍ଦ୍ର ନୀତି ଦ୍ୱାରା ପରିଚାଳିତ ହୁଏ । କେନ୍ଦ୍ର ଏନେଇ ଯେଉଁ ନିଷ୍ପତ୍ତି ନେବ, ରାଜ୍ୟ ତାକୁ ପ୍ରଚଳନ କରିବ । ଭାରତରେ କୋଟିଏ ଓ ରାଜ୍ୟରେ ଲକ୍ଷାଧିକ ୧୫ ବର୍ଷରୁ ଅଧିକ ଗାଡି ରହିଛି । କେନ୍ଦ୍ର ଯେଉଁ ସ୍କିମ କରିବ, ଆମେ କିଭଳି ଗ୍ରହଣ କରିବୁ ଆଲୋଚନା ହେବ । କେତେ ପୁରୁଣା ଗାଡି ଅଛି, ଆମ ପାଖରେ ଲିଷ୍ଟ ଅଛି ।

ଗାଡିଗୁଡିକର ଇଂଜିନ ଅବସ୍ଥା,ଫୁଏଲ ଏଫିସିଏନ୍ସି,ସେଫ୍ଟି ଆଦିର ଟେଷ୍ଟ କରାଯିବ । ଯଦି ପୁରୁଣା ଗାଡି ଏହିସବୁ ଟେଷ୍ଟରେ ଫେଲ ହେବେ ତାହେଲେ ସେମାନଙ୍କ ପଂଜୀକରଣ ରବ୍ଦ କରିଦିଆଯିବ । ଆଉ ସେହିଗାଡିଗୁଡିକୁ ସ୍କ୍ରାପକୁ ପଠାଇ ଦିଆଯିବ । ୧୦ବର୍ଷରୁ ଅଧିକ  ପୁରୁଣା କର୍ମସିଆଲ ଗାଡି ଓ ୧୫ ବର୍ଷ ପୁରୁଣା ପାଇଭେଟ ପେସେଂଜର ଗାଡିଗୁଡିକୁ ଏହି ଫିଟନେସ ଟେଷ୍ଟ ଦେବାକୁ ପଡିବ । ପୁରୁଣା ଗାଡିଗୁଡିକ ଯୋଗୁଁ ଅଧିକ ପ୍ରଦ୍ୟୁଷଣ ବଢୁଛି ,ତେଣୁ ପ୍ରଦ୍ୟୁଷଣ କମାଇବା ପାଇଁ ଏହି ପଲିସି ଆଣିଛନ୍ତି କେନ୍ଦ୍ର ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking