31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବଞ୍ଚାଇ ରଖିଛନ୍ତି କୁଳ ବେଉଷା

ବଞ୍ଚାଇ ରଖିଛନ୍ତି କୁଳ ବେଉଷା

ନୟାଗଡ : ବିଜ୍ଞାନର ପ୍ରଗତି ଯୋଗୁଁ ଧୀରେ ଧୀରେ ବୁଡ଼ିବାକୁ ଯାଉଛି ପାରମ୍ପରିକ କୁଳ ବେଉସା l ହେଲେ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜ କୁଳ ବେଉସା କୁ ବଞ୍ଚାଇ ରଖିଛନ୍ତି l  ମାଟିରେ ଟେରା କୋଟା ଜିନିଷ ତିଆରି କରି ସଫଳ ହୋଇଛନ୍ତି ଏମିତି ଜଣେ କାରିଗର, ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଟେରାକୋଟା ଭଳି ଏହି କାମକୁ ପ୍ରମୁଖ ପେସା କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି ଏହି କାରିଗର ଜଣଙ୍କ l   ନୟାଗଡ ପଞ୍ଚିରିଡ଼ା ଗାଁ ର ଜୟକୃଷ୍ଣ ମୁଦୁଲି, ନୟାଗଡ ପଞ୍ଚରିଡ଼ା ଗାଁ ର ଟେରାକୋଟା କାରିଗର ଜୟକୃଷ୍ଣ ମୁଦୁଲି ସକାଳୁ ସକାଳୁ ଲାଗିପଡନ୍ତି ସେ ଟେରାକୋଟା ତିଆରି କାମରେ l  ନିଜର ନିଖୁଣ କଳା ନୈପୁଣ୍ୟତା କୁନେଇ ଏମିତି ଟେରାକୋଟା ତିଆରି କାମରେ ସେ ଲାଗିପଡନ୍ତି l  ମାଟି ଚକଟିବା, ପୋଡିବା ଠାରୁ ଆରମ୍ଭ କରି ତିଆରି ଜିନିଷ କୁ ରଙ୍ଗ ଦେବା ପର୍ଯ୍ୟନ୍ତ, ଏପରିଦିନ ଯାକ କାମରେ ଲାଗିଥାନ୍ତି ଜୟକୃଷ୍ଣ, ଏବଂ ଏ ଟେରାକୋଟା କାମକୁ ଲୋକ ଲୋଚନ କୁ ଆଣିବାସହିତ ପରିବାର ପ୍ରତିପୋଷଣ ପାଇଁ ସରକାରୀ ସାହାଯ୍ୟ ଓ ସହାୟତା ପାଇଥଲେ ମଧ୍ୟ ଠିକ ବେଳେ ଦାଉ ସାଧିଲା ଏ କରୋନା ମହାମାରୀ l  କିପରି ଚଳିବ ପରିବାର, କିନ୍ତୁ ସେ କହନ୍ତି କରୋନା ପୂର୍ବରୁ କିଛି କାମକରି ଏ ଟେରାକୋଟା ଜିନିଷ କୁ ରାଜ୍ୟ ଓ ରାଜ୍ୟ ବାହାରେ ବିଭିର୍ନ ମେଳା, ମହୋତ୍ସବ ରେ ବିକ୍ରି କରି 2ପଇସା ରୋଜଗାର କରିପାରୁ ଥିଲୁ l  ଏବେ ଏ କରୋନା ରୋଜଗାର ରେ ତାଲା ପକାଇ ଦେଇଛି, ପରିବାର ପ୍ରତିପୋଷଣ ଓ ଚଳି ବା ପାଇଁ କଷ୍ଟ କର ହେଉ ଥିଲେ ମଧ୍ୟ ପରିଶ୍ରମ କରି କଷ୍ଟ ସହି ପାରମ୍ପରିକ ବେଉସା କୁ ଆପଣେଇ ନେଇଛି, ତା ସହିତ କେବେ କରୋନା ହଟିବ ଓ ଏ ଟେରାକୋଟା କାମ ଲୋକଲୋଚନ କୁ ଆସିପାରିବ l  2ପଇସା ରୋଜଗାର କ ରିପାରିବି ମନରେ ଆଶା ବାନ୍ଧିଚି, ଆଶା ଆଶା ରେ ଅଛି ସତ କିନ୍ତୁ କେବେ ଫେରୁଛି ଖୁସି ର ଲହରୀ, ଶେଷରେ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ପାରଂପରିକ ବେଉସା କୁ ଆପଣେଇ ଅନ୍ୟ ମାନଙ୍କ ପାଇଁ ଆଜି ଉଦାହରଣ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking