31.1 C
Bhubaneswar
Friday, March 29, 2024
Homeଅପରାଧବୃଦ୍ଧଙ୍କୁ ପିଟି ପିଟି ହତ୍ୟା, କାରଣ ଜାଣିଲେ ଚକିତ ହୋଇଯିବେ

ବୃଦ୍ଧଙ୍କୁ ପିଟି ପିଟି ହତ୍ୟା, କାରଣ ଜାଣିଲେ ଚକିତ ହୋଇଯିବେ

ନୂଆଦିଲ୍ଲୀ: ଗୋଟିଏ ପଟେ ବିଜ୍ଞାନ ଚାନ୍ଦରେ ପାଦ ରଖିଥିବା ବେଳେ ଆଉ ଗୋଟିଏ ପଟେ କିଛି ଲୋକ ଆଜି ବି ଅଛନ୍ତି, ଯିଏ ଅନ୍ଧବିଶ୍ୱାସକୁ ଜାବୁଡି ଧରି ଅନ୍ୟର ରକ୍ତ ବୁହାଇବା ସହ ମରଣ ମୁହଁକୁ ଠେଲିବାକୁ ବି ପଛାଉ ନାହାନ୍ତି । ଝାଡଖଣ୍ଡ ରାଜ୍ୟର ଲାତେହାର ଅଂଚଳରେ କିଛି ଏମିତି ଦୃଶ୍ୟ ସାମ୍ନାକୁ ଆସିଛି । ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ସୋହଦାଗ ଅଂଚଳରେ ଜଣେ ବୃଦ୍ଧଙ୍କୁ ଡାହାଣୀ ସଜାଇ ଗାଁ ଲୋକମାନେ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆସିଛି । ପରେ ଏହି ଖବର ଲାତେହାର ପୋଲିସ ଥାନା ଅଧିକାରୀଙ୍କ ନିକଟରେ ପହଂଚିଛି । ପରେ ଘଟଣାସ୍ଥଳରେ ପୋଲିସ ପହଂଚି ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।
ସଂପୂର୍ଣ୍ଣ ଘଟଣା ଅନୁସାରେ, ମୃତକ ଜସରାତ ଭଗତ (୬୫) ଙ୍କୁ ଗାଁ ଲୋକମାନେ ଡାହାଣୀ ବୋଲି କିଛି ବର୍ଷ ତଳୁ କହିଆସୁଥିଲେ । ଏହାକୁ ନେଇ ବିଭିନ୍ନ ଥର ଗ୍ରାମରେ ବୈଠକ ବସିଥିଲା । ଆଉ ମୃତ ଜସରାତଙ୍କ ଉପରେ ୧.୫୦ ଲକ୍ଷ ଟଙ୍କାର ଜରିମାନା ବି ଲଗାଯାଇଥିଲା । ଆଉ ଏହାକୁ ମୃତକ ଜଣକ ପୈଠ ବି କରିଥିଲେ । ହେଲେ ଗତ ବୁଧବାର ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ଘଟଣା ଉପରେ ମୃତକଙ୍କ ପୁଅ କହିଛନ୍ତି, ବାରମ୍ବାର ତାଙ୍କ ପିତାଙ୍କ ଉପରେ ଏହି ଡାହାଣୀ ଆରୋପ ଲଗାଯାଉଥିଲା । ବୁଧବାର ଗାଁ ଲୋକେ ଆମକୁ ଫୋନ କରି ଡାକିଲେ । ଆଉ ଆମରି ସାମ୍ନାରେ ବାପାଙ୍କୁ ପିଟି ପିଟି ମାରିଦେଲେ । ତାଙ୍କ ବୋହୂ ମଧ୍ୟ ସମାନ କଥା କହିଛନ୍ତି । ତାଙ୍କ ପରିବାର ଉପରେ ଏହି ଆରୋପ ଲଗାଇ ତାଙ୍କ ଶ୍ୱଶୂରକୁ ଗ୍ରାମବାସୀ ପିଟି ମାରିଦେଇଛନ୍ତି ବୋଲି ସେ କହିଛନ୍ତି । ତେବେ ମୃତକଙ୍କ ଶବ ଜବତ କରି ଏହାର ତଦନ୍ତ ଆରମ୍ଭ କରାଯାଇଛି ଏବଂ ଯିଏ ଦୋଷୀ ତାକୁ ଉଚିତ୍ ଦଣ୍ଡ ମିଳିବ ବୋଲି ଲାତେହାର ଏସଡିପିଓ ବିରେନ୍ଦ୍ର ରାମ୍ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking