29.4 C
Bhubaneswar
Thursday, April 18, 2024
Homeଓଡିଶାଲିଫ୍ଟରୁ ପଡି ବୃଦ୍ଧଙ୍କ ମୃତ୍ୟୁ

ଲିଫ୍ଟରୁ ପଡି ବୃଦ୍ଧଙ୍କ ମୃତ୍ୟୁ

ଭୁବନେଶ୍ୱର : ଆପାର୍ଟମେଣ୍ଟର ଲିଫ୍ଟର ଫ୍ଲୋରରେ ଫଶି ବୃଦ୍ଧଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ ହାଇଟେକ ପ୍ଲାଜାରେ । ଗତକାଲି ଏଭଳି ଦୁଃଖଦ ଦୁର୍ଘଟଣା ଘଟିଛି । ଆପାର୍ଟମେଣ୍ଟରେ ରହୁଥିବା ସୀମାଂଚଳ ମହାପାତ୍ର ଗତକାଲି ଦ୍ୱିତୀୟ ମହଲାରେ ଥିଲେ । ଏହି ସମୟରେ ସେ ଯିବା ପାଇଁ ଲିଫ୍ଟର ବଟନକୁ ଦବାଇଥିଲେ ।

ତେବେ ଲିଫ୍ଟ ଉପରେ ଥିଲେ ବି ଏହାର କବାଟ ଖୋଲିଯାଇଥିଲା । ସୀମାଂଚଳ ଜାଣିନପାରି ଭିତରକୁ ପସିଯାଇଥିଲେ । ଆଉ ଲିଫ୍ଟ ନଥିବାର ସେ ତଳକୁ ଖସିପଡିଥିଲେ । ଏହି ସମୟରେ ଉପରୁ ଆସୁଥିବା ଲିଫ୍ଟ ତାଙ୍କ ଜୀବନ ନେଇଯାଇଥିଲା । ସେନସର କାମ କରୁନଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଏଥିପାଇଁ ଆପାର୍ଟମେଣ୍ଟ ସୋସାଇଟିକୁ ଦାୟୀ କରିଛନ୍ତି ସୀମାଂଚଳଙ୍କ ପୁଅ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking