କୋଭିଡ଼୍ କେନ୍ଦ୍ରରେ ବୃଦ୍ଧ ମୃତ

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ ଅଂଚଳର କୋଭିଡ଼୍ କେନ୍ଦ୍ର ଏନ୍‌ସି ହାଇସ୍କୁଲ୍ ପ୍ରାଙ୍ଗଣରେ ଜଣେ ବୃଦ୍ଧଙ୍କର କରୋନା ରୋଗରେ ଆକ୍ରାନ୍ତିତ ହୋଇ ମୃତ୍ୟୁ ବରଣ ହୋଇଛି । ମୃତକ ମୁରଲୀ ଧର ପଣ୍ଡା(୭୫), ପିତା ବିଦ୍ୟାଧର ପଣ୍ଡା ନିଜ ଘର ଶିମୁଳିଆ ତାଳପଦା ଯାଜପୁର ହୋଇଥିବାବେଳେ ସେ ଏବେ ବ୍ୟାସନଗର ସହରର ଗାୟତ୍ରୀ ବିହାର ସାପଗଡ଼ିଆରେ ରହି ଆସୁଥିଲେ । ସେ ଫେରୋକ୍ରୋମ୍ ପ୍ଲାଣ୍ଟର ଅବସର ପ୍ରାପ୍ତ କର୍ମଚାରୀ ଥିଲେ । ମୃତକ ଜଣକ ପୂର୍ବରୁ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାକୁ ଯାଇଥିଲା ବେଳେ ତାଙ୍କର ସେଠାରେ କରୋନା ପଜେଟିଭ୍ ବାହାରି ଥିଲା । ତାଙ୍କୁ ସେଠାରେ ଚିକିତ୍ସା କରାଇ ନଦିଆଯାଇ ଫେରାଇ ଦିଆଯାଇଥିଲା।

ବୃଦ୍ଧ ଜଣଙ୍କ ହୃଦ୍‌ରୋଗରେ ଆକ୍ରାନ୍ତ ଥିଲେ । ସୋମବାର ସକାଳେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବା ବେଳେ ତାଙ୍କୁ କୋଭିଡ଼୍ ପରୀକ୍ଷା କରିବା ପାଇଁ ସେଠାକୁ ପଠାଇ ଦିଆଯାଇଥିଲା । ଏହି କୋଭିଡ୍ କେନ୍ଦ୍ରରେ ପରୀକ୍ଷା ପରେ ବୃଦ୍ଧ ଜଣଙ୍କ ପଡ଼ିଯାଇଥିଲେ । ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । କୋଭିଡ଼୍ କେନ୍ଦ୍ରରେ ଏପରି ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here