27.1 C
Bhubaneswar
Thursday, April 25, 2024
Homeଓଡିଶାଦୁର୍ଦ୍ଦିନରେ ବୃଦ୍ଧ ଦମ୍ପତି : ସହାୟତା ଦାବି

ଦୁର୍ଦ୍ଦିନରେ ବୃଦ୍ଧ ଦମ୍ପତି : ସହାୟତା ଦାବି

ଢେଙ୍କାନାଳ : ଦୁଇ ପୁଅ ଥିଲେ ମଧ୍ୟ ନ ଥିବା ଭଳି । ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି ବୃଦ୍ଧ ଦମ୍ପତି ଜାହିତାହି ଓ ଗୋଲଖ । ଏହି ନିରାଶ୍ରୟ ଓ ଅସହାୟ ଦମ୍ପତି ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ ପଞ୍ଚାୟତ ଅନ୍ତର୍ଗତ ମଠଖୋକସା ଗ୍ରାମର ଗୋଲଖ ପାତ୍ର (୭୦) ଓ ତାଙ୍କ ପତ୍ନୀ ଜାହିତାହି ପାତ୍ର (୬୪) । ଝିଅ ଜନ୍ମ ବେଳେ ବାପା ମାଆ ଶ୍ରଦ୍ଧାରେ ନାମ ଦେଇଥିଲେ ଜାହିତାହି । ସତରେ ସ୍ୱାମୀଙ୍କୁ ଆଶ୍ରା କରି ଜାହିତାହି ଚଳୁଛନ୍ତି ଏହି ବୃଦ୍ଧ ଦମ୍ପତି । ଅନୁସୂଚିତ ଜାତିର ଏହି ଦମ୍ପତିଙ୍କ ସଂସାର କହିଲେ ଦୁଇ ପୁଅ । କିନ୍ତୁ ଭାଗ୍ୟର ବିଡମ୍ବନା ବଡ ପୁଅ ସନ୍ୟାସୀ ହୋଇ କୁଆଡେ ଚାଲିଯାଇଛି । ସାନ ପୁଅ ଥିଲା ଯେ ବୋହୂ କଥାରେ ପଡି ଏବେ ଶଶୁର ଘରେ ରହୁଛି । ଭାଗ୍ୟକୁ ଆଦରି ନିଜ ଭିଟାମାଟିରେ ପଡିରହିଛନ୍ତି ଏହି ବୃଦ୍ଧ ଦମ୍ପତି । ପୁଅ ଜନ୍ମ କରିଥିଲେ ବୁଢା କାଳେ ଟିକେ ଖୁସିରେ ରହିବେ । ହେଲେ ତାଙ୍କ ପାଇଁ ବୋଝ ହୋଇଛନ୍ତି ସ୍ତ୍ରୀ ଜାହିତାହି । ମଠଖୋକସା ପାତ୍ର ସାହିରେ ମୁଣ୍ଡ ଗୁଞ୍ଜିବାକୁ ଗୋଲଖଙ୍କର ଘର ବଖରାଏ ନ ଥିଲା ।
ସୌଭାଗ୍ୟକୁ ଜାହିତାହିଙ୍କୁ ମିଳିଥିଲା ଇନ୍ଦିରା ଆବାସ ଘର । ହେଲେ ଠିକାଦର ଏମିତି କାମ କରିଛି ଯେ ଛାତ ଘରୁ ବର୍ଷା ଦିନେ ଅନବରତ ପାଣି ଗଳେ । ଉକ୍ତ ଘରର ମେଜିଆ ଓ ପଲସ୍ତରା ମଧ୍ୟ ହୋଇନାହିଁ । ଠିକାଦାର କେବଳ ଛାତ ପକେଇ ଦେଇ ନିଜ କାମ ସାରି ଦେଇଛନ୍ତି । ସରକାରୀ ସହାୟତା ଭାବେ ଦୁଇପ୍ରାଣୀଙ୍କୁ ମିଳୁଛି ୧୦ କିଗ୍ରା ଚାଉଳ । ଆଉ ବୃଦ୍ଧ ଗୋଲଖଙ୍କୁ ୫ଶହ ଟଙ୍କା ଭତ୍ତା । ବୃଦ୍ଧା ଜାହିତାହିଙ୍କ ବୟସ ୬୪ ବର୍ଷ ହୋଇଥିଲେ ବି ତାଙ୍କୁ ଭତ୍ତା ମିଳିପାରି ନାହିଁ । ହୁଏତ ଉକ୍ତ ବୃଦ୍ଧାଙ୍କୁ ଭତା ମିଳିଲେ ଯେନତେନ ଉପରେ ଚଳି ଯାଆନ୍ତେ ଏହି ଅଭାବୀ ସଂସାର । ଏକଥା କ୍ଷୋଭର ସହ କୁହନ୍ତି ଉକ୍ତ ଦମ୍ପତ୍ତି । ତେବେ ଏହି ଅନୁସୂଚିତ ଜାତିର ବୃଦ୍ଧାଙ୍କୁ ସହଯୋଗର ହାତ ବଢାଛନ୍ତି ଗ୍ରାମର ଯୁବକ ସଂଘର କର୍ମକର୍ତ୍ତା ଜ୍ଞାନରଞ୍ଜନ ପଟ୍ଟନାୟକ । ଦାରିଦ୍ର‌୍ୟର କଷାଘାତରେ ସଢୁଥିବା ଗୋଲଖ ବଡ ସ୍ୱାଭିମାନୀ । ଯୁବକ ସଂଘର କର୍ମକର୍ତ୍ତାଙ୍କ କଥାକୁ ଗ୍ରହଣ କରି ନ ଥିଲେ ସେ । ନିଜ ଭିଟାମାଟିରେ ନିର୍ମାଣ ହୋଇଥିବା ନିମ୍ନମାନର ଇନ୍ଦିରାଆବାସ ଘରେ ସେ ଘର ଛାଡିବାକୁ ରାଜିନାହାନ୍ତି ବୃଦ୍ଧ ଗୋଲଖ । ଉପଯୁକ୍ତ ଖାଦ୍ୟ ଅଭାବରୁ ପତ୍ନୀ ଜାହିତାହି ରୋଗଗ୍ରସ୍ତ ହୋଇପଡିଛନ୍ତି । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା ଏହି ଦମ୍ପତିଙ୍କୁ ୱାର୍ଡ ମେମ୍ବରଙ୍କଠାରୁ ଆରମ୍ଭ କରି ସରପଞ୍ଚ ଓ ସମିତିସଭ୍ୟ କେହି ସହାୟତାର ହାତ ବଢାଇ ନାହାନ୍ତି ବୋଲି କହନ୍ତି ଜାହିତାହି । ତେବେ ସରକାରଙ୍କ ସୁଦୃଷ୍ଟି ପଡିଲେ ଏହି ଅସହାୟ ଦମ୍ପତି ଆଉ କିଛି ଦିନ ଭଲରେ ଚଳି ଯାଆନ୍ତେ ବୋଲି କୁହନ୍ତି ସାହିବାସିନ୍ଦା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking