31.1 C
Bhubaneswar
Saturday, April 20, 2024
Homeଓଡିଶାଆଜିଠୁ ଓଜେଇଇ ପରୀକ୍ଷା ଆରମ୍ଭ

ଆଜିଠୁ ଓଜେଇଇ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ଆଜିଠୁ ଓଜେଇଇ ପରୀକ୍ଷା ଆରମ୍ଭ । ଆଜି ୩ଟି ସିଫ୍ଟରେ ଚଳିତ ଥର ପରୀକ୍ଷା କରାଯାଉଛି । ପ୍ରଥମ ଦିନରେ ବି.ଫାର୍ମା ଲାଗି ପରୀକ୍ଷା କରାଯାଉଛି । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ ପର୍ଯ୍ୟନ୍ତ ଚାଲିଥିବା ବେଳେ ଦ୍ୱିତୀୟ ସିଫ୍ଟ ୧୨ଟାରୁ ୩୦ରୁ ୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ ପର୍ଯ୍ୟନ୍ତ ଚାଲିବ । ପ୍ରତି ସିଫ୍ଟର ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ତେବେ ବି.ଫାର୍ମ ପାଇଁ ୧୩ହଜାର ୨୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଜଣାପଡିଛି । ସେହିପରି ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାଇ ରଖିବେ । ଅନ୍ୟପଟେ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ ମଧ୍ୟ କରାଯାଇଛି ।

ପ୍ରଥମ ଥର ଲାଗି ରାଜ୍ୟର ସମସ୍ତ ୩୦ ଜିଲାରେ ପରୀକ୍ଷା କେନ୍ଦ୍ର ହୋଇଛି । ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି ବା କମ୍ପ୍ୟୁଟର ବେସଡ଼ ମୋଡ଼ରେ ହେବ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ହେବ ଏହି ପରୀକ୍ଷା ଜାରି ରହିବ । ରାଜ୍ୟରେ ଏଥିଲାଗି ୫୭ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ଟି ଭାବେ ମୋଟ୍ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟ ବାହାରେ ପାଟନା, ରାଞ୍ଚି ଓ କୋଲକାତାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି । ପରୀକ୍ଷା ଲାଗି ୫୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ କଣ୍ଟାକ୍ଟ ଲେସ୍ କରାଯାଇଛି । ବିନା ପେନ୍ ପେପର୍ ରେ କେବଳ ଅନଲାଇନ ମୋଡ଼ରେ ପରୀକ୍ଷା ହେଉଛି । କେନ୍ଦ୍ରରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ଓ ଆବେଦନକାରୀ ନିଜସ୍ଵ ପାଣି ବୋତଲ ଆଣିବାକୁ କୁହାଯାଇଛି । ପ୍ରତି ସିଫ୍ଟ ପୂର୍ବରୁ ଓ ପରେ ବିଶୋଧନକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking