33.1 C
Bhubaneswar
Thursday, April 25, 2024
Homeଓଡିଶା“କରୋନା ମୁକାବିଲା ତଥା ଲକ୍ ଡାଉନ୍ ସମୟରେ ତୈଳ ବିପଣନ କମ୍ପାନୀ ଲୋକମାନଙ୍କୁ ନିରନ୍ତର ଅତ୍ୟାବଶ୍ୟକ...

“କରୋନା ମୁକାବିଲା ତଥା ଲକ୍ ଡାଉନ୍ ସମୟରେ ତୈଳ ବିପଣନ କମ୍ପାନୀ ଲୋକମାନଙ୍କୁ ନିରନ୍ତର ଅତ୍ୟାବଶ୍ୟକ ସେବା ଯୋଗାଉଛନ୍ତି”

 ଆଇଓସିଏଲ, ବିପିସିଏଲ ଏବଂ ଏଚପିସିଏଲ ଏହି ସହାୟତା କାମରେ ଲାଗିଛନ୍ତି
 ଲକ୍ ଡାଉନ ଭଳି ସଂକଟରେ ଦେଶର ଉର୍ଜା ଆବଶ୍ୟକତାକୁ ସୁନିଶ୍ଚିତ କରିଛି ତୈଳ ବିପଣନ କମ୍ପାନୀ
 ଏଲପିଜି ବିତରଣ ସହ ସଂପୃକ୍ତ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଲେ ୫ ଲକ୍ଷ ସହାୟତା
 ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ଆଗାମୀ ତିନି ମାସ ପାଇଁ ମିଳିବ ୩ଟି ସିଲିଣ୍ଡର
 ଦେଶରେ ନିରନ୍ତର ଏଲପିଜି ଯୋଗାଣ ଜାରୀ
 ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ
ଭୁବନେଶ୍ୱର – ଦେଶରେ କରୋନା ସଂକ୍ରମଣ ତଥା ଲକ୍ ଡାଉନ୍ ଭଳି ସମୟରେ ତୈଳ ବିପଣନ କମ୍ପାନୀ
ଯଥା ଆଇଓସିଏଲ, ବିପିସିଏଲ ଏବଂ ଏଚପିସିଏଲ୍ ଦେଶର ଉର୍ଜା ଆବଶ୍ୟକତାକୁ ସୁନିଶ୍ଚିତ କରିଛନ୍ତି । ତୈଳ ଏବଂ ଗ୍ୟାସ
ଶିଳ୍ପର ବରିଷ୍ଠ କର୍ମଚାରୀମାନେ ସାମାଜିକ ଦୂରତ୍ୱ, ସ୍ୱଚ୍ଛତା ଓ ଅନ୍ୟ ସୁରକ୍ଷା ଅବଲମ୍ବନ ନିୟମ ଦ୍ୱାରା ଗ୍ରାହକଙ୍କ ପାଖରେ
ପେଟ୍ରୋଲ, ଏଲପିଜି, ଡିଜେଲ୍ ଉପଲବ୍ଧ କରିବା ପାଇଁ ଦିନ ରାତି କାମ କରୁଛନ୍ତି ।
ଏଲପିଜି ବିତରଣ ସମୟରେ କରୋନା ସଂକ୍ରମଣ ବା ପ୍ରଭାବରେ କାର୍ଯ୍ୟରତ କର୍ମଚାରୀ ଯଥା ସୋ-ରୁମ ଷ୍ଟାଫ୍‌, ଗୋଦାମ
କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ ସହାୟତା ସ୍ୱରୂପ ୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ
ବୋଲି ଦେଶର ତୈଳ ବିପଣନ କମ୍ପାନୀ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ପକ୍ଷରୁ ନିଷ୍ପତି ନିଆଯାଇଛି ।

ସେହିପରି ଉଜ୍ଜଳା ହିତାଧିକାରୀଙ୍କୁ ଏପ୍ରିଲ ପହିଲାରୁ ୩ଟି ସିଲିଣ୍ଡର ମାଗଣାରେ ଆଗାମୀ ତିନି ମାସ ପାଇଁ ପ୍ରଦାନ କରାଯିବା
ନେଇ ଭାରତ ସରକାର ଘୋଷଣା କରିଛନ୍ତି । ଯଦ୍ୱାରା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଥିବା ୮ କୋଟି ହିତାଧିକାରୀ
ଲାଭ ପାଇବେ । ଅପରପକ୍ଷରେ ତୈଳ ବିପଣନ କମ୍ପାନୀଙ୍କ ପକ୍ଷରୁ ଦେଶରେ ନିରନ୍ତର ଏଲପିଜି ଯୋଗାଣ କରାଯାଉଛି ।
ଏଲପିଜି ବିତରଣକାରୀ ସଂପୃକ୍ତ ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନର ଗାଇଡଲାଇନ ଅନୁସାରେ ପରିଚାଳିତ ହେଉଛିା
ଏଲପିଜି ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଲକ୍ ଡାଉନରୁ ଏଲପିଜି ଯୋଗାଣକୁ ଅବ୍ୟାହତି ଦିଆଯାଇଛି । ଦେଶରେ
ଓ ସମସ୍ତ ଉପଭୋକ୍ତାଙ୍କ ପାଖରେ ନିରନ୍ତର ଏଲପିଜି ଯୋଗାଣ ବଜାୟ ଜାରି ରହିଛି । ଦେଶରେ ବହୁତ ପରିମାଣର
ଏଲପିଜି ଗଚ୍ଛିତ ହୋଇ ରହିଥିବା ବେଳେ ଲୋକଙ୍କୁ ଭୟଭୀତ ନହୋଇ କିଣିବାକୁ ପରାମର୍ଶ ଦିଆଯାଇଛି ।
ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ପେଟ୍ରୋଲିୟମଜାତ ଦ୍ରବ୍ୟକୁ ମଧ୍ୟ ସଠିକ୍ ଭାବରେ ଉପଲବ୍ଧ କରାଯାଉଛି । ଏଲପିଜି
ଯୋଗାଣ ବ୍ୟତିତ ତୈଳ ବିପଣନର ଆଉଟଲେଟ୍ ଗୁଡିକ ମଧ୍ୟ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ସହମତିରେ
ପରିଚାଳିତ ହେଉଛି । କର୍ପୋରେସନ ଟର୍ମିନାଲ, ଫୁଏଲ ଷ୍ଟେସନ, ଡିଜେଲ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟ ମଧ୍ୟ ଗଚ୍ଛିତ
ହୋଇରହିଛି । ତେଣୁ ଲୋକଙ୍କୁ ଭୟଭୀତ ନହେବାକୁ ସଂସ୍ଥା ପକ୍ଷରୁ କୁହାଯାଇଛି ।
ଏହାବ୍ୟତିତ କୋଭିଡ- ୧୯ ବା ଲକ୍ ଡାଉନ କାରଣରୁ ଅର୍ଥନୈତିକ ପରିସ୍ଥିତ ସତ୍ୱେ ଏଭଳି ସମୟରେ “ହର୍ ଏକ
କାମ୍‌,ଦେଶ୍ କେ ନାମ” ତଥା ସମାଜର ସୁବିଧା ପାଇଁ ତୈଳ ବିପଣନ ସଂସ୍ଥାର କର୍ମଚାରୀମାନେ ୨ ଦିନର ଦରମା
ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି । ସେହିପରି ତୈଳ ଓ ଗ୍ୟାସ କମ୍ପାନୀମାନେ ମଧ୍ୟ ପିଏମ କେୟାର୍ସ ଫଣ୍ଡକୁ
୧୦୩୧.୨୯ କୋଟି ଦାନ କରିଥିବା ବେଳେ ଅତରିକ୍ତ ଭାବେ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗର କର୍ମଚାରୀମାନେ ୬୧
କୋଟି ଟଙ୍କା ଦାନ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତୈଳ ବିପଣନ କମ୍ପାନୀ
ମାନଙ୍କର ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଉଲ୍ଲଖ କରିଛନ୍ତି ଯେ ଇଣ୍ଡିଆନ ଅଏଲ, ବିପିସିଏଲ
ଏବଂ ଏଚପିସିଏଲ ଦ୍ୱାରା ନିଆଯାଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ । ବର୍ତମାନ ସମୟରେ ଆମର ବ୍ୟକ୍ତିବିଶେଷଙ୍କ ଦ୍ୱାରା
ଦିଆଯାଉଥିବା ସେବା ହିଁ ଆମର ପରିଚୟ । କର୍ମଚାରୀଙ୍କ ସୁରକ୍ଷା ଓ ସୁସ୍ଥତା ଆମ ପାଇଁ ପ୍ରାଥମିକତା ଓ ଗୁରୁତ୍ୱପୂର୍ଣ୍ଣ । ଏହି
ସହାନୁଭୂତିଶୀଳ ପଦକ୍ଷେପ ଶ୍ରମିକଙ୍କ ସୁରକ୍ଷାକୁ ମଜବୁ୍‌ତ୍ କରିବା ସହ ସେମାନଙ୍କୁ ଭାରତ କରୋନା ଯୁଦ୍ଧରେ ଲଢିବାକୁ
ସାହାଯ୍ୟ କରିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking