20.1 C
Bhubaneswar
Saturday, November 23, 2024
Homeଓଡିଶାମାର୍ଚ୍ଚରୁ ସିଝିବ ଓଡ଼ିଶା

ମାର୍ଚ୍ଚରୁ ସିଝିବ ଓଡ଼ିଶା

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଛଟପଟ କରିବ ଅସମ୍ଭାଳ ତାତି । ଆଗୁଆ ମାଡ଼ି ଆସିବ ଗ୍ରୀଷ୍ମ । ମାର୍ଚ୍ଚରୁ ସିଝିବ ଓଡ଼ିଶା । କିନ୍ତୁ ଖୁସିର କଥା ସେ ଓଡ଼ିଶାରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ନୂଆବର୍ଷ ୨୦୨୨ର ସମ୍ଭାବ୍ୟ ପାଣିପାଗକୁ ନେଇ ଏଭଳି ଆକଳନ ଲଗାଇଛନ୍ତି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ତାଙ୍କ ଆକଳନ ଅନୁସାରେ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ରାଜ୍ୟର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଫଳରେ ଶୀତ ଅପେକ୍ଷାକୃତ କମ୍‌ ଅନୁଭବ ହେବ ।

ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଭଳି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୀତ ପ୍ରକୋପ ଅପେକ୍ଷାକୃତ କମିଯିବ । ୨୦୨୧ ଡିସେମ୍ବର ମାସରେ ଲା-ନିନା ପ୍ରଭାବ ରହିଥିଲା । ଆସନ୍ତାବର୍ଷ ଏପ୍ରିଲ ଯାଏ ଏହାର ପ୍ରଭାବ ଜାରି ରହିବ । ମେ’ ମାସ ସୁଦ୍ଧା ଲା-ନିନାର ପ୍ରଭାବ କମି ସ୍ୱାଭାବିକ ଅବସ୍ଥାକୁ ଫେରିବ ବୋଲି ଅଧିକାଂଶ ମଡେଲ ଆକଳନ କରୁଛନ୍ତି । ଏହା ପ୍ରଭାବରେ ବିଭିନ୍ନ ଦେଶର ତାପମାତ୍ରା ପ୍ରଭାବିତ ହୋଇପାରେ ।ତେବେ ଚଳିତ ସପ୍ତାହରେ ସର୍ବନିମ୍ନ ତାପମାତ୍ରା କମିବ । ୨ ଓ ୩ ତାରିଖରେ କେତେକ ସ୍ଥାନରେ ରାତି ତାପମାତ୍ରା ୧ ଡିଗ୍ରୀ ଖସିବ । ୫ ତାରିଖରୁ ପୂରା ରାଜ୍ୟରେ ପାରଦ ବଢ଼ିବ ।

ଫଳରେ ପୂରା ରାଜ୍ୟରୁ ଶୀତ ପ୍ରକୋପ କମିବ । ଉପକୂଳ ଜିଲ୍ଲାରେ ୫ରୁ ୭ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ୨ଡିଗ୍ରୀ ବଢ଼ିବ । ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ପ୍ରାୟ ୪ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି । ପରବର୍ତ୍ତୀ ୩ଦିନ ଏହା ଅପରିବର୍ତ୍ତିତ ରହିବ । ଦିନବେଳା ତାପମାତ୍ରା ବଢ଼ିବା ଯୋଗୁ ପାଗ ଆରାମଦାୟକ ରହିବ । ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking