27.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଅସମ୍ଭାଳ ତାତି

ରାଜ୍ୟରେ ଅସମ୍ଭାଳ ତାତି

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏ ନେଇ ବିଭିନ୍ନ ସ୍ଥାନରେ ନିଆଁ ବର୍ଷା ହେଉଥିବା ବେଳେ ବୁଧବାର ୩ଟି ସ୍ଥାନରେ ପାରଦ ୪୦ଡ଼ିଗ୍ରୀ ଉପରେ ଥିବାବେଳେ ଗୁରୁବାର ୫ଟି ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହେବା ସହ ଆଗକୁ ମଧ୍ୟ ତାପମାତ୍ରା ବଢ଼ିପାରେ ବୋଲି କୁହାଯାଇଛି। ରାଜ୍ୟର ସବୁଠୁ ଅଧିକ ତାପମାତ୍ରା ରେକର୍ଡ଼ ହୋଇଛି ତାଳଚେରରେ। ଏଠାରେ ପାରଦ ୪୧.୧ ଡ଼ିଗ୍ରୀ ଥିବାବେଳେ ଟିଟିଲାଗଡ଼ରେ ୪୧ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ବଲାଙ୍ଗିର, ମାଲକାନଗିରି ଓ ବୌଦ୍ଧରେ ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି। ଏହାଛଡ଼ା କଟକ, ଭୁବନେଶ୍ୱର, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ସୋନପୁର, ନୟାଗଡ଼ରେ ପାରଦ ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜ୍ୟର ୧୩ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୩୯ ଡ଼ିଗ୍ରୀ ସେଲସିୟସ ଉପରେ ରହିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୩ଡ଼ିଗ୍ରୀ ଉପରେ ରହିବା ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ଡ଼ିଗ୍ରୀ ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking