27.8 C
Bhubaneswar
Thursday, April 18, 2024
Homeଓଡିଶା୧୧ ସୁଦ୍ଧା ସକ୍ରିୟ ହେବ ମୌସୁମୀ, ୮ରୁ ପ୍ରବଳ ବର୍ଷିବ

୧୧ ସୁଦ୍ଧା ସକ୍ରିୟ ହେବ ମୌସୁମୀ, ୮ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ସ୍ୱାଭାବିକ୍ ରହିବ ମୌସୁମୀ । ମୌସୁମୀ କେରଳ ଛୁଇଁବାରେ ବିଳମ୍ବ ହେବାରୁ ଜୁନ୍‌ର ଦ୍ୱିତୀୟ ସପ୍ତାହ ବେଳକୁ ଏହା ଓଡ଼ିଶା ଛୁଇଁବ ବୋଲି ଆଶା କରାଯାଉଥିଲା । ହେଲେ ଉତ୍ତର ବଙ୍ଗୋପ ସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବାରେ ଲାଗିଛି । ଫଳରେ ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୧ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନ ବା ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତ, ବିହାର, ଛତିଶଗଡ଼ରେ ମୌସୁମୀକୁ ଟାଣି ଆଣିବାରେ ସହାୟକ ହେବ । ଏପରିକି ଏହି ଲଘୁଚାପ ପ୍ରଭାବରେ ପଶ୍ଚିମ ଭାରତର କେତେକ ଅଞ୍ଚଳକୁ ମୌସୁମୀ ଅଗ୍ରଗତି କରିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗର, ସମଗ୍ର ଉପକୂଳ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରର କିଛି ଅଂଶ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡ଼ୁର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କେତେକ ଅଂଶରେ ପହଞ୍ଚିଛି । ଆଗାମୀ ୨୪ ଘଣ୍ଟାରେ ଏହା ସମଗ୍ର କର୍ଣ୍ଣାଟକ, ମହାରାଷ୍ଟ୍ରର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଆଉ କେତେକ ଅଞ୍ଚଳ, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶରେ ପହଞ୍ଚିବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, କେରଳକୁ ମୌସୁମୀ ଆସିବା ୨ ଦିନ ବିଳମ୍ବ ହୋଇଥିଲେ ବି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମୌସୁମୀକୁ ତ୍ୱରାନ୍ୱିତ କରିବ ଓ ବଳ ଯୋଗାଇବ । ଫଳରେ ସ୍ୱାଭାବିକ ସମୟରେ ଓଡ଼ିଶାକୁ ମୌସୁମୀର ଆଗମନ ହେବ । ଏହାର ପ୍ରଭାବରେ ଆସନ୍ତା ଜୁନ ୮ ସୁଦ୍ଧା ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ ।

ଲଘୁଚାପ ଯୋଗୁଁ ୧୧ ତାରିଖ ସୁଦ୍ଧା ଓଡ଼ିଶାରେ ସମ୍ପୃର୍ଣ୍ଣ ଭାବେ ମୌସୁମୀ ସକ୍ରିୟ ହେବ । କିଛି ଜିଲ୍ଳାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆଶଙ୍କା ରହିଥିବା ବେଳେ ଏକାଧିକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଇଛି । ୮ ତାରିଖ ଦିନ ରାଜ୍ୟର ୩ ଜିଲ୍ଲା କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ସମ୍ପୃକ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ବାକି ୧୮ ଜିଲ୍ଲାକୁ କାଳବୈଶାଖୀ ଜନିତ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବା ସମ୍ଭାବନା ରହିଛି । ସେ ନେଇ ମଧ୍ୟ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଆଗକୁ ମୌସୁମୀ ସକ୍ରିୟ ହେବା ସହ ରାଜ୍ୟର ଏକାଧିକ ଜିଲ୍ଲାକୁ ଏକାସାଙ୍ଗେ କାଳବୈଖାଖୀ ସମ୍ଭାବନା ଥିବାରୁ ଏସ୍‌ଆରସି ପ୍ରଦୀପ ଜେନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking