31.1 C
Bhubaneswar
Friday, March 29, 2024
Homeଓଡିଶାଦୂଷିତ ରାଜ୍ୟ ତାଲିକାରେ ସର୍ବାଗ୍ରେ ଓଡ଼ିଶା, ଖସୁଛି ଦିଲ୍ଲୀ

ଦୂଷିତ ରାଜ୍ୟ ତାଲିକାରେ ସର୍ବାଗ୍ରେ ଓଡ଼ିଶା, ଖସୁଛି ଦିଲ୍ଲୀ

ଭୁବନେଶ୍ୱର : ରାଜ୍ୟର ଜୈବ ବିବିଧତା ଏବେ ବିପଦରେ । ପ୍ରଦୂଷିତ ହେଉଛି ରାଜ୍ୟର ପରିବେଶ । କେବଳ ସ୍ଥଳଭାଗ ନୁହେଁ, ଜଳଭାଗ ମଧ୍ୟ ପ୍ରଦୂଷିତ ହେଉଛି । ପରିସ୍ଥିତି ଏଭଳି ଯେ ଦୂଷିତ ଅଞ୍ଚଳ ତାଲିକାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅକ୍ତିଆର କରିସାରିଛି। ରାଜ୍ୟରେ ରହିଛି ଦେଶର ସବୁଠାରୁ ଅଧିକ ୨୩ଟି ଅଞ୍ଚଳ; ଯେଉଁଠି ପ୍ରଦୂଷଣର ମାତ୍ରା ଦେଶର ଅନ୍ୟ ଅଞ୍ଚଳ ଅପେକ୍ଷା ଯଥେଷ୍ଟ ଅଧିକ । କେନ୍ଦ୍ରୀୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ରିପୋର୍ଟରେ ଥିବା ଏହି ତଥ୍ୟ ଏବେ ଉଦ୍‌ବେଗର କାରଣ ପାଲଟିଛି । ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ଥିବା ଜୟଶ୍ରୀ କେମିକାଲ ଯେତିକି ପ୍ରଦୂଷଣ କରୁଛି; ଦେଶର ଅନ୍ୟ କୌଣସି ଅଞ୍ଚଳରେ ସେତିକି ପ୍ରଦୂଷଣ ହେଉନାହିଁ । ପ୍ରଦୂଷଣର ମାତ୍ରା ଏତେ ଅଧିକ ରହିଛି ଯେ ଏହି ଫ୍ୟାକ୍ଟ୍ରିରୁ ବାହାରୁଥିବା ରସାୟନ ଋଷିକୂଲ୍ୟା ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରୁଛି । ଫଳରେ ଅଲିଭ ରିଡଲେ, ଡଲଫିନ, ସାର୍କ ଭଳି ସାମୁଦ୍ରିକ ପ୍ରାଣୀ ଏବେ ବିପଦରେ ପଡ଼ିଛନ୍ତି । ଦେଶର ସବୁଠାରୁ ଅଧିକ ୨୩ଟି ସ୍ଥାନ ଏଭଳି ରହିଛି ଯେଉଁଠି ପାଣି, ମାଟି ଓ ବାୟୁ ଦେଶର ଅନ୍ୟ ସ୍ଥାନଠାରୁ ଅଧିକ ପ୍ରଦୂଷିତ । ଓଡ଼ିଶା ପରେ ଉତ୍ତରପ୍ରଦେଶର ୨୧ ଏବଂ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ୧୧ଟି ସ୍ଥାନ ସବୁଠାରୁ ଅଧିକ ଦୂଷିତ ହୋଇଛି । ଦେଶରେ ଥିବା ୧୧୨ଟି ସ୍ଥାନ ବିଭିନ୍ନ ବିପଜ୍ଜନକ ବିଷାକ୍ତ ପଦାର୍ଥ ଦ୍ୱାରା ଦୂଷିତ ହୋଇଛି । ବିଭିନ୍ନ କଳକାରଖାନା ଦ୍ୱାରା ନିଷ୍କାସିତ ରାସାୟନିକ ପଦାର୍ଥ ପରବର୍ତ୍ତୀ ସମୟରେ ମାଟି ଭେଦି ଜଳସ୍ତରକୁ ଯାଉଥିବାରୁ ଏହାକୁ ଯେଉଁ ଜୀବଜନ୍ତୁ ଗ୍ରହଣ କରୁଛନ୍ତି ତାଙ୍କ ଜରିଆରେ ମନୁଷ୍ୟ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ।

ଜାତୀୟ ପ୍ରଦୁଷଣ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ଆସିବା ପରେ ଚେତିଉଠିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଦୂଷିତ ରାସାୟନିକ ପଦାର୍ଥ ଦ୍ୱାରା ହେଉଥିବା ପ୍ରଦୂଷଣ ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଜଳବାୟୁ ଦୂଷିତ କରିୁଥିବା ଫ୍ୟାକ୍ଟ୍ରି, ସଂସ୍ଥା, କଳକାରଖାନା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ଆଲର୍ଟ କରାଯାଇଛି । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶରେ ଓଡ଼ିଶା ସମେତ ୭ଟି ରାଜ୍ୟର ୧୪ଟି ଦୂଷିତ ସ୍ଥାନକୁ ସଫା କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏପରି ଦୂଷିତ ସ୍ଥାନରେ ଥିବା ପ୍ରଦୂଷିତ ମୃତ୍ତିକା, ଭୂତଳ ଜଳ, ଭୂପୃଷ୍ଠ ଜଳ, ଭୂମିକୁ ସଫା କରାଯାଉଛି । ପ୍ରତ୍ୟେକ ଚିହ୍ନିତ ଉପାଦାନ ପାଇଁ ପୂର୍ବ ନିର୍ଦ୍ଧାରିତ ପ୍ରତିକାର ଲକ୍ଷ୍ୟ ସ୍ଥିରକରି ବିଭିନ୍ନ ଇନ୍‌-ସିଟ୍ କିମ୍ବା ଏକ୍ସ-ସିଟ୍ କ୍ଲିନ ଅପ୍ ଟେକ୍ନୋଲୋଜି ଗ୍ରହଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking