34.1 C
Bhubaneswar
Thursday, March 28, 2024
Homeଓଡିଶାସମନ୍ୱିତ ଅଭିଯାନ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଲେ ନବୀନ

ସମନ୍ୱିତ ଅଭିଯାନ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଲେ ନବୀନ

ଭୁବନେଶ୍ୱର: କୋଭିଡ ପରିସ୍ଥିତି ପର୍ଯ୍ୟବେକ୍ଷଣ ପାଇଁ ସମନ୍ୱିତ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସିଡିଏମଓ ବୈଠକରେ ଆଜି ନବୀନ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ପାଇଁ ଘରକୁ ଘର ବୁଲି ପର୍ଯ୍ୟବେକ୍ଷଣ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଘର ଘର ବୁଲି ସାରା ରାଜ୍ୟରେ ସକ୍ରିୟ କୋଭିଡ ସ୍ଥିତି ପର୍ଯ୍ୟବେକ୍ଷଣ କରାଯିବ । ଯକ୍ଷ୍‌ମା, ମେଲେରିଆ, ଡାଇରିଆ ସଂପର୍କରେ ମଧ୍ୟ ପର୍ଯ୍ୟବେକ୍ଷଣ କରାଯିବ । ନବୀନ କହିଛନ୍ତି, ମୌସୁମୀ ଆସୁଛି, ବର୍ଷା ଋତୁରେ ବିଭିନ୍ନ ସଂକ୍ରାମକ ରୋଗ ହୋଇଥାଏ । କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ଆଗାମୀ କିଛି ସପ୍ତାହ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏ ସବୁ ବ୍ୟତୀତ ନବୀନ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ବୈଠକରେ ପ୍ରଂଶସା କରିଛନ୍ତି । ଏହି ଯୁଦ୍ଧରେ ସ୍ୱାସ୍ଥ୍ୟ କର୍ମୀ ହିଁ ସବୁଠୁ ମୂଲ୍ୟବାନ ସମ୍ପତ୍ତି । ଆପଣମାନେ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆପଣମାନେ କେବଳ ଆପଣଙ୍କ ପରିବାରର ନୁହେଁ, ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking