34.1 C
Bhubaneswar
Friday, March 29, 2024
Homeଓଡିଶା୧୪ ରାଜ୍ୟକୁ ଅକ୍ସିଜେନ ଯୋଗାଉଛି ଓଡ଼ିଶା

୧୪ ରାଜ୍ୟକୁ ଅକ୍ସିଜେନ ଯୋଗାଉଛି ଓଡ଼ିଶା

ଭୁବନେଶ୍ୱର : ୧୪ ରାଜ୍ୟକୁ ଅକ୍ସିଜେନ ଯୋଗାଉଛି ଓଡ଼ିଶା । ୮୨୦ ଟ୍ୟାଙ୍କରରେ ପଠାଗଲାଣି ୧୫ ହଜାର ୭୪ ମେଟ୍ରିକ ଟନ୍‌ ଅକ୍ସିଜେନ। ଆନ୍ଧ୍ର, ତେଲେଙ୍ଗାନା, ହରିୟାଣା, ମଧ୍ୟପ୍ରଦେଶ,ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ତାମିଲନାଡୁ, ଦିଲ୍ଲୀ, ବିହାର,କର୍ଣ୍ଣାଟକ, ପଞ୍ଜାବ, ଚଣ୍ଡିଗଡ଼ ଏବଂ ରାଜସ୍ଥାନକୁ ଅକ୍ସିଜେନ ପଠାଯାଇଛି । ରାଉରକେଲାରୁ ସର୍ବାଧିକ ୩୦୯ ଟ୍ୟାଙ୍କରରେ ୫ହଜାର ୯୩୮ ମେଟ୍ରିକ ଟନ୍‌ ଅକ୍ସିଜେନ ଯାଇଛି। ସେହିପରି ଆନ୍ଧ୍ରକୁ ସର୍ବାଧିକ ୨୫୨ଟି ଟ୍ୟାଙ୍କରରେ ୪ହଜାର ୯୪୩ ମେଟ୍ରିକ ଟନ୍‌ ଯୋଗାଣ ହୋଇଛି। ସେହିପରି ଢେଙ୍କାନାଳରୁ ୨୨୧ଟି ଟ୍ୟାଙ୍କରରେ ୩ ହଜାର ୫୩୨ ମେଟ୍ରିକ୍‌ ଟନ୍‌ , ଯାଜପୁରରୁ ୨୧୭ଟି ଟ୍ୟାଙ୍କରରେ ୪ ହଜାର ୪୧୪ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ଯାଇଛି। ଅନୁଗୁଳରୁ ୭୩ ଟ୍ୟାଙ୍କରରେ ୧ ହଜାର ୧୧୮୯ ମେଟ୍ରିକ ଟନ୍‌ ଅକ୍ସିଜେନ ଯାଇଛି । ଗ୍ରୀନ୍‌ କରିଡର ଦେଇ ଏସବୁ ପରିବହନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking