27.8 C
Bhubaneswar
Friday, April 19, 2024
Homeଓଡିଶାଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଜିଲ୍ଲା ସ୍ତରୀୟ ଶାରସ୍ୱତ ଆସର ଓ କବିତା ପାଠ

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଜିଲ୍ଲା ସ୍ତରୀୟ ଶାରସ୍ୱତ ଆସର ଓ କବିତା ପାଠ

ଯାଜପୁର (ଓଏନ୍‌ଏ): ଆଜି ସ୍ଥାନୀୟ ବ୍ୟାସଦେବ ଟାଉନ୍ ହଲଠାରେ ଓଡ଼ିଶା ଏକାଡ଼େମୀ ପକ୍ଷର ୁ ଜିଲ୍ଲା ସ୍ତରୀୟ ସାରସ୍ୱତ ଆସର କବିତା ପାଠ ମହା ସମାରୋହରେ ଅନଷ୍ଠିତ ହୋଇଥିଲା । ଏହି ଉତ୍ସବକୁ କୋରେଇ ବିଧାୟକ ଅଶୋକ କୁମାର ବଳ ଉଦ୍‌ଘାଟନ କରିଥିଲେ । ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ମୁଖ୍ୟ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ଡ଼. ଅଲେଖ ଚନ୍ଦ୍ର ପରିହାଡ଼ି, ବରେଣ୍ୟ ଅତିଥି ସୁସାହିତିକ ପ୍ରଫେସର ନିଶାମଣି ସ୍ୱାଇଁ, ସମ୍ମାନୀୟ ଅତିଥି ସମାଲୋଚକ ଡ଼. ବିଜୟ କୁମାର ଶତପଥି, ସଦସ୍ୟ ଓଡ଼ିଶା ସାହିତ୍ୟିକ ଏକାଡ଼େମୀ ରମାକାନ୍ତ ଜେନା, ମୁଖ୍ୟ ବକ୍ତା ସୂର୍ଯ୍ୟମଣି ଖୁଣ୍ଟିଆ, ସମ୍ମାନୀୟ ବକ୍ତା ଡ଼. ରବିନ୍ଦ୍ର ବିହାରୀ ପମୁଖ ଯୋଗ ଦେଇ ଓଡ଼ିଶା ସାହିତ୍ୟିକ ଏକାଡ଼େମୀ ଓଡ଼ିଆ ଭାଷାକୁ ସମୃଦ୍ଧ କରୁଛି । ଓଡ଼ିଆ ଭାଷାର ଉନ୍ନତି ଓ ଓଡ଼ିଆ ଭାଷାକୁ ସମଗ୍ର ଦେଶ ବା ବିଶ୍ୱରେ ପ୍ରତିଷ୍ଠିତ କରିବା ପାଇଁ ଏହି ଏକାଡ଼େମୀର ଲକ୍ଷ୍ୟ । ପ୍ରତି ଜିଲ୍ଲାରେ ସାରସ୍ୱତ ଆସର କବତା ପାଠ କରି ଓଡ଼ିଆ ସାହିତ୍ୟ ଓ ଭାଷାକୁ ଉଜ୍ଜିବିତ କରୁଛି ବୋଲି କହିଥିଲେ । ଏହି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଯାଜପୁର ଜିଲ୍ଳା ଶାଖା ସଦସ୍ୟା ସଂଯୁକ୍ତା ମହାପାତ୍ର ପୌରହିତ୍ୟ କରିଥିଲେ । ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଲେଖକର ଅଙ୍ଗୀକାର ବଦ୍ଧ ଦୃଷ୍ଟି କୋଣ ଏକ ଶିର୍ଷକ ଆଲୋଚନା ହୋଇଥିଲା । ଲେଖକମାନେ ଓଡ଼ିଆ ସଂସ୍କୃତି ଓ ସାହିତ୍ୟକୁ ତାଙ୍କ କଲମ ମୁନରେ ନିକ୍ଷୁଣ ଭାବରେ ପ୍ରକାଶ କରୁଛନ୍ତି । ସମାଜ ଗଠନରେ ସାହିତ୍ୟିକ ଲେଖକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ଲେଖକମାନେ ସେମାନଙ୍କ ଲେଖନୀ ମୁନରେ ସମାଜକୁ ଦିଗ୍‌ଦର୍ଶନ ଦେବା ପାଇଁ ଆହ୍ୱାନ ଦେଇଥିଲେ । ପରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଡ଼. ରାମଚନ୍ଦ୍ର ନାୟକ ବିଶିଷ୍ଟ ଅତିଥି ଡ଼. ସୁରେନ୍ଦ୍ର ପ୍ରସାଦ ମିଶ୍ର, ସମ୍ମାନୀୟ ଅତିିଥି ବିଦୁଲତା ଦାସ, ଶିବ ଚରଣ ମାଝି, ଅଧ୍ୟାପିକା ସରିତା ପୃଷ୍ଟି, କବି ନାରାୟର ମହାଳିକ, କବି ଚିତରଂଜନ ସାହୁ ସଂଯୋଜନା କରିଥିଳେ । ଶତାଧିକ କବି କବିୟତ୍ରୀ ସେମାନେ ସୌରଚିତ କବିତା ପାଠ କରିଥିଲେ । ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଆବାହନ ସଂଗୀତ ପାଠ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking