40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ : ସଂଖ୍ୟା ୧୪୩୧୧୭କୁ ବୃଦ୍ଧି

ରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ : ସଂଖ୍ୟା ୧୪୩୧୧୭କୁ ବୃଦ୍ଧି

ଭୁବନେଶ୍ୱର:ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩୭ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୧୧୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୬୦୬, କଟକରୁ ୩୫୪, ପୁରୀରୁ ୨୭୯, ବାଲେଶ୍ୱରରୁ ୨୦୯, ମୟୁରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୫୧, ଅନୁଗୁଳରୁ ୧୩୮, କେନ୍ଦ୍ରାପଡ଼ାରୁ ୧୩୦, ବଲାଙ୍ଗୀରରୁ ୧୨୪, ଜଗତସିଂହପୁରରୁ ୧୨୨, ଯାଜପୁରରୁ ୧୧୯, ଭଦ୍ରକରୁ ୧୧୨, ରାୟଗଡ଼ାରୁ ୧୦୫, ନୂଆପଡ଼ାରୁ ୧୦୩, ବରଗଡ଼ରୁ ୯୭, କୋରାପୁଟରୁ ୯୩, ସମ୍ବଲପୁରରୁ ୯୧, ସୋନପୁରରୁ ୯୧, ଗଞ୍ଜାମରୁ ୮୯, ସୁନ୍ଦରଗଡ଼ରୁ ୮୮, ଢ଼େଙ୍କାନାଳରୁ ୮୭, ଝାରସୁଗୁଡ଼ାରୁ ୭୯, ନୟାଗଡ଼ରୁ ୭୭, କେନ୍ଦୁଝରରୁ ୬୦, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୪୭, ମାଲକାନଗିରିରୁ ୪୭, ବୌଦ୍ଧରୁ ୩୯, ଗଜପତିରୁ ୨୫, ଦେଓଗଡ଼ରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪୩୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୪୫୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୮୦୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking