37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:ଲଗାତର ଭାବେ ଆଜି ମଧ୍ୟ ୩ ହଜାର ପାର କରିଛି କରୋନା ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ହୁହୁ ହୋଇ ବଢି ଚାଲିଛି । ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୦ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୧୩୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୭ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୩ଜଣ, ବରଗଡ଼ ଜିଲ୍ଲାରୁ ୯୨ଜଣ, ଭଦ୍ରକ ଜିଲ୍ଲାରୁ ୪୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬୩ଜଣ, ବୌଦ୍ଧ ଜିଲ୍ଲାରୁ ୫୮ଜଣ, କଟକ ଜିଲ୍ଲାରୁ ୩୯୨ଜଣ, ଦେଓଗଡ଼ ଜିଲ୍ଲାରୁ ୨୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୫ଜଣ, ଗଜପତି ଜିଲ୍ଲାରୁ ୩୩ଜଣଷ ଗଞ୍ଜାମ ଜିଲ୍ଲାରୁ ୭୧ଜଣ, ଜଗତସିଂହପୁର ଜିଲ୍ଲାରୁ ୯୪ଜଣ, ଯାଜପୁର ଜିଲ୍ଲାରୁ ୧୪୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୮ଜଣ, କନ୍ଧମାଳ ଜିଲ୍ଲାରୁ ୮୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୬ଜଣ, କେନ୍ଦୁଝର ଜିଲ୍ଲାରୁ ୬୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୧୫ଜଣ, କୋରାପୁଟ ଜିଲ୍ଲାରୁ ୯୭ଜଣ, ମାଲକାନଗିରି ଜିଲ୍ଲାରୁ ୨୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨୧ଜଣ, ନୟାଗଡ଼ ଜିଲ୍ଲାରୁ ୬୯ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୭ଜଣ, ପୁରୀ ଜିଲ୍ଲାରୁ ୩୮୭ଜଣ, ରାୟଗଡ଼ା ଜିଲ୍ଲାରୁ ୮୨ଜଣ, ସମ୍ବଲପୁର ଜିଲ୍ଲାରୁ ୭୯ଜଣ, ସୋନପୁର ଜିଲ୍ଲାରୁ ୧୨୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୭ଜଣ, ଷ୍ଟେଟ ପୁଲରୁ ୧୭୬ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୫୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୨୩୧୨ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୧୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking