37.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଆଜି ୩୦ ଜିଲ୍ଲାରୁ ୩୨୬୭ ପଜିଟିଭ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ କୁ ବୃଦ୍ଧି

ଆଜି ୩୦ ଜିଲ୍ଲାରୁ ୩୨୬୭ ପଜିଟିଭ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଏହି ମାସରେ ସବୁଦିନ ୩ ହଜାର ପାର୍ କରୁଛି ସଂକ୍ରମଣ । ଆଜି ରାଜ୍ୟରେ ପୁଣି ସମସ୍ତ ୩୦ ଜିଲ୍ଲାରୁ ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ୧୯୬୧ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୩୦୬ଟି ଲୋକାଲ କେସ୍ ଭାବେ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।


ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୮୪, ପୁରୀରୁ ୨୩୫ ଜଣ, ରାୟଗଡ଼ାରୁ ୧୬୯ ଜଣ, ଭଦ୍ରକ ୧୩୮ ଜଣ, ମୟୁରଭଞ୍ଜରୁ ୧୩୪ ଜଣ, ବରଗଡ଼ରୁ ୧୨୦ ଜଣ,ସୁନ୍ଦରଗଡ଼ରୁ ୧୨୭ ଜଣ, କେନ୍ଦୁଝରରୁ ୧୦୭ ଜଣ, ଗଞ୍ଜାମରୁ ୯୭ଜଣ, ନବରଙ୍ଗପୁରରୁ ୮୫ଜଣ, ସମ୍ବଲପୁୂରରୁ ୮୦ ଜଣ, କୋରାପୁଟରୁ ୮୩ ଜଣ, ନୟାଗଡ଼ରୁ ୭୦ଜଣ, ସୁବର୍ଣ୍ଣପୁର ଓ ଜଗତସିଂହପୁରର ୬୬ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗଳରୁ ୬୦, କେନ୍ଦ୍ରପଡ଼ାରୁ ୫୧ , ବୌଦ୍ଧରୁ ୪୪ ଜଣ, ବଲାଙ୍ଗୀରରୁ ୪୩ ଜଣ,ଝାସୁଗୁଡ଼ା ଓ କଳାହାଣ୍ଡିରୁ ୩୭ ଜଣ ଲେଖାଏଁ , କନ୍ଧମାଳରୁ ୨୭ ଜଣ, ଦେବଗଡ଼ ଓ ଯାଜପୁରରୁ ୨୩ ଜଣ ଲେଖାଏଁ, ଢେଙ୍କାନାଳ ଓ ଗଜପତିରୁ ୧୮ଜଣ ଲେଖାଏଁ,ମାଲକାନଗିରିରୁ ୧୭ ଜଣ, ବାଲେଶ୍ୱରରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏବେ ରାଜ୍ୟରେ ମୋଟ ୧ ଲକ୍ଷ ୧୬ ହଜାର ୬୭୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୮୭,୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୩୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।୨୮,୭୪୩ ଜଣ ଏବେ ବି ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking