16.1 C
Bhubaneswar
Friday, January 28, 2022
Homeଓଡିଶାପୁଣି ଖୋର୍ଦ୍ଧା ଆଗରେ, ୨୪ ଘଣ୍ଟାରେ ୨୭୫୨ ପଜିଟିଭ ଚିହ୍ନଟ

ପୁଣି ଖୋର୍ଦ୍ଧା ଆଗରେ, ୨୪ ଘଣ୍ଟାରେ ୨୭୫୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ମାଡିଚାଲିଛି କରୋନା ମହାମାରୀ । ଏଥିସହ ରାଜ୍ୟରେ ଆଜି ୨୭୫୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୦୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୨୩୧ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୨୯, ବରଗଡରୁ ୨୮, ଭଦ୍ରକରୁ ୫୮, ବଲାଙ୍ଗୀରୁ ୧୪, ବୌଦ୍ଧରୁ ୧୧, କଟକରୁ ୨୪୭, ଦେଓଗଡରୁ ୬, ଢେଙ୍କାନାଳରୁ ୧, ଗଜପତିରୁ ୬୦, ଗଞ୍ଜାମରୁ ୨୧୨, ଜଗତସିଂହପୁରରୁ ୧୦୧, ଯାଜପୁରରୁ ୨୧୭, ଝାରସୁଗୁଡାରୁ ୧୫, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୯୫, କେନ୍ଦ୍ରପଡାରୁ ୯୭, କେନ୍ଦୁଝରରୁ ୨୮, କୋରାପୁଟରୁ ୧୭୪, ମାଲାକାନଗିରିରୁ ୧୦୧, ମୟୂରଭଞ୍ଜରୁ ୧୩୭, ନବରଙ୍ଗପୁରରୁ ୨୭, ନୟାଗଡରୁ ୧୦୩, ନୂଆପଡାରୁ ୮, ପୁରୀରୁ ୧୪୪, ରାୟଗଡାରୁ ୧୭୭, ସମ୍ବଲପୁରରୁ ୫୫, ସୋନପୁରରୁ ୧ ଓ ସୁନ୍ଦରଗଡରୁ ୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୪୨୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୬୮୨୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୬୯୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୪୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking