33.1 C
Bhubaneswar
Wednesday, April 24, 2024
Homeଓଡିଶାଟିକାକରଣ କ୍ଷେତ୍ରରେ ଓଡ଼ିଶା ରେକର୍ଡ : ଦିନକରେ ୩ଲକ୍ଷ ୬୭ହଜାର ୧୦୮ହିତାଧିକାରୀ ଟିକା ନେଲେ

ଟିକାକରଣ କ୍ଷେତ୍ରରେ ଓଡ଼ିଶା ରେକର୍ଡ : ଦିନକରେ ୩ଲକ୍ଷ ୬୭ହଜାର ୧୦୮ହିତାଧିକାରୀ ଟିକା ନେଲେ

ଭୁବନେଶ୍ୱର:  ତୃତୀୟ ଲହର ଆଶଙ୍କାକୁ ନେଇ ରାଜ୍ୟ ସରକାର ଦୈନିକ ସାଢ଼େ ୩ଲକ୍ଷ ଡୋଜ୍ ଟିକା ପ୍ରଦାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଅଣ୍ଟା ଭିଡ଼ିଥିଲେ । ତାହା ଆଜି ସଫଳତାର ରୂପ ନେଇଛି । ଟାର୍ଗେଟଠାରୁ ଅଧିକ ଟିକା ପ୍ରଦାନ କରାଯାଛି । ଗୋଟିଏ ଦିନରେ ୩ଲକ୍ଷ ୬୭ହଜାର ୧୦୮ହିତାଧିକାରୀ ଟିକା ନେଇଛନ୍ତି । ଫଳରେ ଓଡ଼ିଶା ଆଜି ଟିକାକରଣ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି । ରାଜ୍ୟରେ ବର୍ତ୍ତମାନ ମୋଟ ଟିକାକରଣ ସଂଖ୍ୟା ୨କୋଟି ୩୫ଲକ୍ଷ ୮୫ହଜାର ୭୮୭ରେ ପହଞ୍ଚିଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୭୭ଲକ୍ଷ ୬୫ହଜାର ୭୮୬ ହିତାଧିକାରୀ ପ୍ରଥମ ଡୋଜ୍ ନେଇଥିଲାବେଳେ ୫୮ଲକ୍ଷ ୨୦ହଜାର ୧ ଜଣ ଦ୍ୱିତୀୟ ଡୋଜ୍ ନେଇସାରିଲେଣି । ରାଜ୍ୟରେ ରବିବାର ୧୩୮ ଟିକା କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ । ଗଞ୍ଜାମରେ ୭, ନୟାଗଡ଼ରେ ୨, ପୁରୀରେ ୬୧, ରାୟଗଡ଼ାରେ ୩୦, ସୁନ୍ଦରଗଡ଼ରେ ୩୦ ଓ ଭୁବନେଶ୍ୱରରେ ୩୦ ସ୍ଥାନରେ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟରେ ମୋଟ ଟିକାକରଣ ମଧ୍ୟରୁ ୩ ଲକ୍ଷ ୫୨ ହଜାର ୧୯୦ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଓ ୨ ଲକ୍ଷ ୯୦ହଜାର ୪୦୦ଜଣ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଲେଣି ।

ସେହିପରି ୩ ଲକ୍ଷ ୪୮ ହଜାର ୬୮୭ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ ୨ଲକ୍ଷ ୭୩ହଜାର ୪୪୬ ଜଣ ଦ୍ୱିତୀୟ ଡୋଜ୍ ଲେଲେଣି। ୧୮ରୁ ୪୪ ବର୍ଷ ମଧ୍ୟରେ ୮୮ଲକ୍ଷ ୪ହଜାର ୯୫୧ପ୍ରଥମ ଡୋଜ୍ ଓ ୧୨ଲକ୍ଷ ୯୪ହଜାର ୯୯୮ ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ୮୨ଲକ୍ଷ ୬୦ହଜାର ୩୪୪ ଜଣ ପ୍ରଥମ ଡୋଜ୍ ଓ ୩୯ ଲକ୍ଷ ୬୧ହଜାର ୧୫୭ ଜଣ ଦ୍ୱିତୀୟ ଡୋଜ୍ ନେଲେଣି । ରାଜ୍ୟରେ ମୋଟ ୧ଲ୪ ୧୪ହଜାର ୫୧ ଜଣ ଗର୍ଭବତୀ ପ୍ରଥମ ଡୋଜ୍ ଟିକା ନେଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking