33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗହାଇକୋର୍ଟରେ ହାଜର ହେଲେ ଡିଜିପି

ହାଇକୋର୍ଟରେ ହାଜର ହେଲେ ଡିଜିପି

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହୋଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଭିଡିଓ କନଫରେନ୍ସ ମାଧ୍ୟମରେ ଡିଜିପି ହାଜର ହୋଇଥିବା ସୂଚନା ମିଳିଛି । ଡିଜିପିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ମୁଦା ଲଫାପାରେ ତଦନ୍ତ ଷ୍ଟାଟସ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । ତଦନ୍ତର ଅଗ୍ରଗତି ନେଇ ପୁନର୍ବାର ଅସନ୍ତୋଷ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କୀୟ ଜନସ୍ବାର୍ଥ ମାମଲାର ଶୁଣାଣି କରୁଛନ୍ତି। ଏପ୍ରିଲ ମାସ ୨୦୨୦ରେ ଏହି ଘଟଣା ହୋଇଥିବା ବେଳେ ଚାରି ମାସର ବ୍ୟବଧାନରେ ଅଗଷ୍ଟ ୩୦ରେ ଏ ନେଇ ଏତଲା ରୁଜୁ ହୋଇଥିଲା। ଫଳରେ ବାୟୋଲୋଜିକାଲ୍ ଏଭିଡେନ୍ସ ପାଇବାରେ ତଦନ୍ତକାରୀ ସଂସ୍ଥା ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କୁ ଜେରା କରାଯାଇ ରେକର୍ଡ କରାଯାଇଥିବା ବୟାନର ସତ୍ୟସତ୍ୟ ପରୀକ୍ଷା କରିବା ପାଇଁ ଭୁବନେଶ୍ବର ଏସଏଫଏସଏଲରେ ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଏ ସଂପର୍କିତ ଟେଷ୍ଟ ‌ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking