32.1 C
Bhubaneswar
Thursday, March 28, 2024
Homeଓଡିଶାସ୍କୁଲରେ ନାମ ଲେଖା ପାଇଁ ନିର୍ଦ୍ଦେଶ

ସ୍କୁଲରେ ନାମ ଲେଖା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମ ଲେଖା ଆରମ୍ଭ କରିବାକୁ ନିର୍ଦ୍ଦେଶ ଆସିଛି । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାଁ ଲେଖା ଆରମ୍ଭ କରିବାକୁ ନିର୍ଦ୍ଦେଶ ମିଳିଥିବା ସୂଚନା ମିଳିଛି । ତେବେ ଏହି ନାମ ଲେଖା ପ୍ରକ୍ରିୟାକୁ ଜୁଲାଇ ମାସ ୨୦ ତାରିଖ ମଧ୍ୟରେ ଶେଷ ହେବ । ଏହାଛଡା ଛାତ୍ରଛାତ୍ରୀଙ୍କ ନାମ ଲେଖା ବେଳେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ସମସ୍ତ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ନାମ ଲେଖା ପ୍ରକ୍ରିୟା ହେବ । ସ୍କୁଲ ଭିତରକୁ ପିଲା ଓ ଅଭିଭାବକ ମିଶି ୫ରୁ ଅଧିକ ଯାଇପାରିବେନି ବୋଲି ନିର୍ଦ୍ଦେଶ ରହିଛି । ତେବେ ଛାତ୍ରଛାକ୍ରୀଙ୍କ ସମେତ ଅଭିଭାବକମାନେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଦର୍ଶାଯାଇଛି ।
ସୂଚନାଯୋଗ୍ୟ ଯେ, ଏବେ ସାରା ରାଜ୍ୟକୁ କରୋନା ଗ୍ରାସ କରିଥିବା ବେଳେ ଜୀବନ ଜୀବିକା ଉପରେ ଏହା ଘୋର ପ୍ରଭାବ ପକାଇଛି । ଖାଲି ଏତିକି ନୁହେଁ ପିଲାଙ୍କ ପାଠ ପଢା ଉପରେ ବି କରୋନାର ପ୍ରଭାବ ପଡିଛି । ଅନେକ ପରୀକ୍ଷା ବାତିଲ୍ କରାଯାଇଥିବା ବେଳେ ଏବେ ପରିସ୍ଥିତି ଦେଖି ପୁଣି ପରୀକ୍ଷା କରାଇବାକୁ ସରକାର ଯୋଜନା ମଧ୍ୟ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking