ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଓଡିଶା-ମୋ ପରିବାର ପକ୍ଷରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ

ଭୁନେଶ୍ବର : ଆସନ୍ତା କାଲି 16 ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଓଡିଶା-ମୋ ପରିବାରର ମୁଖ୍ୟ ଶ୍ରୀ ନବୀନ ପଟ୍ଟନାୟକଙ୍କ 74ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ଲାଗି ଓଡିଶା-ମୋ ପରିବାର ପକ୍ଷରୁ ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି |
ରାଜ୍ୟର 40ରୁ ଉର୍ଦ୍ଧ୍ବ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ଗୋଟିଏ ଦିନରେ 5000 ୟୁନିଟ୍ ରକ୍ତ ସଂଗ୍ରହ କରିବାର ଲକ୍ଷ ଓଡିଶା-ମୋ ପରିବାର ତରଫରୁ ରଖାଯାଇଛି | କୋଭିଡ୍-19 ଜନିତ ପ୍ରତିବନ୍ଧକ ହେତୁ ବିଭିନ୍ନ ରକ୍ତ ଭଣ୍ଡାରଗୁଡିକରେ ରକ୍ତର ବ୍ୟାପକ ଅଭାବ ଦେଖାଦେଇଥିବା ବେଳେ ଏହାକୁ କିଛି ପରିମାଣରେ ପୂରଣ କରିବା ଓଡିଶା-ମୋ ପରିବାରର ମୂଳ ଲକ୍ଷ | ଦଳ ବ୍ୟତୀତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଏବଂ ଯୁବ ସଂଗଠନ ଆସନ୍ତାକାଲିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଏହାସହ ଓଡିଶା- ମୋ ପରିବାର ଗତ ଅକ୍ଟୋବର 2 ତାରିଖରୁ ପ୍ଲାଜମା ଦାନର ଏକ ପୃଥକ ଅଭିଯାନ ଆରମ୍ଭ କରିଛି ଏବଂ ଏପର୍ଯ୍ୟନ୍ତ 127ଜଣ ବ୍ୟକ୍ତି ଯେଉଁମାନେ କରୋନା ମହାମାରୀକୁ ହରାଇଛନ୍ତି ତାଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଇଛି |
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା- ମୋ ପରିବାର ତରଫରୁ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଶ୍ମଶାନ ଘାଟରେ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି । ଓଡିଶା-ମୋ ପରିବାରର ସ୍ବେଚ୍ଛାସେବୀମାନେ କରୋନା ମୃତକ ବ୍ୟକ୍ତିଙ୍କ ଅନ୍ତିମ କ୍ରିୟା ସମ୍ପନ୍ନରେ ତାଙ୍କ ପରିବାର ବର୍ଗଙ୍କୁ ସହାୟତା କରିବା ଦିଗରେ ସକ୍ରିୟ ଅଂଶଗ୍ରହଣ କରିଆସୁଛନ୍ତି |

LEAVE A REPLY

Please enter your comment!
Please enter your name here