40.1 C
Bhubaneswar
Thursday, April 25, 2024
Homeଓଡିଶାସ୍ୱେଚ୍ଛାକୃତ ରକ୍ତଦାନକୁ ଅଟକାଇ ପାରିଲାନି କରୋନା

ସ୍ୱେଚ୍ଛାକୃତ ରକ୍ତଦାନକୁ ଅଟକାଇ ପାରିଲାନି କରୋନା

ଏପ୍ରିଲ୍‌ରେ ୧୧, ୩୬୮ ୟୁନିଟ୍ ରକ୍ତ ସଂଗ୍ରହ କଲା “ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ
ଭୁବନେଶ୍ୱର : ନିୟମିତ ଚିକତ୍ସିତ ରୋଗୀମାନଙ୍କ କ୍ଷେତ୍ରରେ ରକ୍ତର ଆବଶ୍ୟକତା ପୂରଣ ପାଇଁ ସାଧାରଣତଃ ଗ୍ରୀଷ୍ମ ଋତୁରେ ସମସ୍ୟା ରହିଥାଏ । ଗତବର୍ଷ ଏହି ସମସ୍ୟାକୁ ଦ୍ୱିଗୁଣିତ କରିଛି ମହାମାରୀ କରୋନା ଓ ଟିକାକରଣ । ତେବେ ଏହି ବଡ଼ ଚ୍ୟାଲେଞ୍ଚକୁ ଗ୍ରହଣ କରି ସଫଳ ହୋଇଛନ୍ତି ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଟିମ୍ । ରକ୍ତଦାତାମାମନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାରେ ସେମାନଙ୍କ ଅଦ୍ୟମ ପ୍ରଚେଷ୍ଟା ଯୋଗୁ ଗଲା ଏପ୍ରିଲ ମାସରେ ରେକର୍ଡ ୧୧, ୩୬୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

କୌଣସି ବ୍ୟକ୍ତି ରକ୍ତ ଅଭାବରୁ ମୃତ୍ୟୁ ମୁଖରେ ନପଡ଼ନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ସଂକଳ୍ପକୁ ସାକାର କରିବାରେ ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ପାଇଁ ଚଳିତ ଏପ୍ରିଲ୍ ମାସରେ ମାସର ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥିଲା । ଗ୍ରୀଷ୍ମ ଋତୁରେ ସିକିଲ୍ ସେଲ୍‌, ଥାଲାସେମିଆ, ରୋଗୀମାନଙ୍କୁ ଅଧିକ ରକ୍ତର ଅବାଶ୍ୟକତା ପଡ଼ୁଥିବା ବେଳେ ଏହି ଋତୁରେ ସାଧାରଣତଃ ରକ୍ତ ସଂଗ୍ରହ କମ୍ ହୋଇଥାଏ । ଏହା ସାଙ୍ଗକୁ ଦ୍ୱିତୀୟ ଲହରୀ କରୋନା ସଂକ୍ରମଣର ଭୟାବହବତା ତଥା ଟିକରଣ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ୧୮ବର୍ଷରୁ ଉର୍ଦ୍ଧ୍ୱଙ୍କୁ ୨ମାସ ପାଇଁ ରକ୍ତଦାନରୁ ବାରଣ କରାଯିବା ରକ୍ତ ସଂଗ୍ରହ ଅଭିଯାନରେ ପ୍ରତିବନ୍ଧକ ଥିଲା । ଏହାର ମୁକାବିଲା ପାଇଁ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ସୁଚିନ୍ତିତ ଯୋଜନା ହୋଇଥିଲା ।

ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ସଂଯୋଜକମାନଙ୍କ ମିଳିତ ସହଯୋଗରେ ଏପ୍ରିଲ୍‌୨, ଏପ୍ରିଲ୍ ୪, ଏପ୍ରିଲ୍ ୧୧ ଏପ୍ରିଲ୍ ୩୦ ତାରିଖରେ ୪ଟି ସ୍ୱତନ୍ତ୍ର ରକ୍ତଦାନ ଶିବିରର ଆୟାଜନ କରାଯାଇଥିଲା । ଏପ୍ରିଲ୍ ୨ରେ ଅନୁଷ୍ଠିତ ଶିିରରୁ ୮୫୪ ୟୁନିଟ୍‌, ଏପ୍ରିଲ୍ ୪ରେ ୮୯୫, ଏପ୍ରିଲ୍ ୧୧ରେ ୮୪୬ ୟୁନିଟ୍ ଏବଂ ଏପ୍ରିଲ୍ ୩୦ରେ ଅନୁଷ୍ଠିତ ଶିବିରରୁ ୫୪୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏପ୍ରିଲ୍ ୧୭ରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ପୁଣ୍ୟ ତିଥିରେ ରାଜ୍ୟବସୀ ମେଗା ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ସେଥିରେ ୪, ୧୫୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଜନତା ଦଳର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହଯୋଗ ଯୋଗୁଁ ଏ ଆଖି ଦୃଶିଆ ସଫଳତା ମିଳିପାରିଛି । ବାଲେଶ୍ୱର ସଦର ବିଧାୟକ ସ୍ୱରୁପ ଦାସ, ବାଲେଶ୍ୱର ଜୀବନ ବିନ୍ଦୁ ସଂଯୋକ ମହମ୍ମଦ ସହିରୁଲ୍ ହକ୍‌, ନିଆଳୀ ବିଧାୟକ ଡ. ପ୍ରମୋଦ ମଲ୍ଲିକ, କଟକ ଜୀବନ ବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ୱାଳ ଏବଂ କଟକ ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ ।

ସୂଚନାଯୋଗ୍ୟ ଏପ୍ରିଲ୍ ୨୩ ରେ ଏକାମ୍ର ସାଂସ୍କୃତିକ ପରିଷଦ, କପିଳେଶ୍ୱରଠାରେ ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ରକତିଦାନ ଶିବିରରେ ୫ଜଣ ଦୃଷ୍ଟିହୀନ ବ୍ୟକ୍ତି ଧାଡ଼ିରେ ଛିଡ଼ା ହୋଇ ରକତିଦାନ କରିଥିଲେ । ରକଦାନ ଭଳି ଏକ ମହତ କାର୍ଯ୍ୟ ପାଇଁ ସେମାନଙ୍କର ଅଗ୍ରହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା । ନିଜେ ରକ୍ତଦେବା ସହ ଅନ୍ୟମାନେ ରକ୍ତଦାନ କରି ଅସହାୟ ରୋଗୀଙ୍କୁ ସାହଯ୍ୟ କରିବାକୁ ସେମାନଙ୍କର ନିବେଦନ ସେଠାରେ ଉପସ୍ଥିତ ସମସ୍ତଙ୍କୁ ବେଶ୍ ଉତ୍ସାହିତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking