28.1 C
Bhubaneswar
Wednesday, April 24, 2024
Homeଓଡିଶାଓଡିଶା ସରକାର ଏବଂ ଓଡିଶା-ମୋ ପରିବାରର ସମନ୍ଵୟରେ ଦେଶର ଉତ୍ତର- ପୂର୍ବ ଭାଗରୁ ଆସିଲେ ୩୨୩...

ଓଡିଶା ସରକାର ଏବଂ ଓଡିଶା-ମୋ ପରିବାରର ସମନ୍ଵୟରେ ଦେଶର ଉତ୍ତର- ପୂର୍ବ ଭାଗରୁ ଆସିଲେ ୩୨୩ ଓଡିଆ

ଭୁବନେଶ୍ୱର : ବିଶ୍ୱ ମହାମାରୀ କୋଭିଡ୍-୧୯ର ଜଟିଳମୟ ପରିସ୍ଥିତି ସାରା ବିଶ୍ୱରେ ଜନଜୀବନକୁ
ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଓଡିଶା ସରକାରଙ୍କ ସହାୟତା ଏବଂ ଓଡିଶା-ମୋ
ପରିବାରର ସମନ୍ବୟରେ ୩୨୩ ଛାତ୍ରଛାତ୍ରୀ ଏବଂ ପ୍ରବାସୀଙ୍କୁ ଓଡିଶା ଫେରାଇ ଆଣିବାର
ବ୍ୟବସ୍ଥା କରାଯାଇଥିଲା | ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ଛାତ୍ରଛାତ୍ରୀ ଏବଂ
ପ୍ରବାସୀମାନେ ନିଜ ନିଜ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ
ସେମାନଙ୍କ ଫେରିବା ପାଇଁ କୌଣସି ବିକଳ୍ପ ନଥିବାରୁ ଓଡିଶା ସରକାର ଏବଂ ବିଜୁ ଜନତା
ଦଳର ସାମାଜିକ ସଂଗଠନ ଓଡିଶା-ମୋ ପରିବାରର ସମନ୍ବୟ କ୍ରମେ ଏମାନେ ଫେରିବାରେ
ସକ୍ଷମ ହୋଇ ପାରିଛନ୍ତି | ପ୍ରଥମ ପର‌୍ୟ୍ୟାୟରେ ଆଜି ମଣିପୁର,ଆସାମ,ନାଗାଲାଣ୍ଡ,
ମେଘାଳୟର ପ୍ରବାସୀ ଓଡିଆଙ୍କୁ ଫେରାଇ ଅଣାଯଇଛି | ଲକଡାଉନ ଯୋଗୁଁ ଫସି ରହିଥିବା
ଓଡିଆଙ୍କୁ ବିମାନବନ୍ଦରକୁ ଆଣିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା |
ତେବେ ଆଜି ଦୁଇଟି ସ୍ବତନ୍ତ୍ର ବିମାନରେ ଅପରାହ୍ନ ୨ଟା ସୁଦ୍ଧା ଓଡିଶାର ମୁଖ୍ୟତଃ
ବାଲେଶ୍ବର ଏବଂ କେନ୍ଦ୍ରାପଡାରୁ ୩୨୩ ଓଡିଆ ଛାତ୍ରଛାତ୍ରୀ ଓ ପ୍ରବାସୀ ଆସି
ଭୁବନେଶ୍ବର ବିମାନବନ୍ଦରରେ ପହଂଚିଛନ୍ତି | ବିମାନବନ୍ଦରରେ ଆଳି ବିଧାୟକ ଶ୍ରୀ
ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ତଥା ଓଡିଶା-ମୋ ପରରିବାରର ସହ
ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ବର(ଉତ୍ତର) ବିଧାୟକ ତଥା ଓଡିଶା-
ମୋ ପରିବାରର ସଦସ୍ୟ ଶ୍ରୀ ସୁଶାନ୍ତ ରାଉତ ଏବଂ ଓଡିଶା-ମୋ ପରିବାର ଟିମ ପହଂଚି
ସମସ୍ତ ପ୍ରବାସୀଙ୍କୁ ସ୍ବାଗତ କରିଥିଲେ ଏବଂ ଓଡିଶା-ସରକାରଙ୍କ ଦ୍ବାରା ବ୍ୟବସ୍ଥା
କରାଯାଇଥିବା ବସରେ ସେମାନେ କିପରି ନିଜ ନିଜ ପଂଚାୟତର କ୍ବାରେଣ୍ଟାଇନ ସେଣ୍ଟରକୁ
କିପରି ସୁରକ୍ଷିତ ଭାବେ ଫେରିବେ ତାର ବ୍ୟବସ୍ଥା କରିଥିଲେ | ଏହାପରେ ଆଣ୍ଡାମାନରେ
ଫସି ରହିଥିବା ଓଡିଆଙ୍କୁ ଖୁବ ଶୀଘ୍ର ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ
ତରଫରୁ ବ୍ୟବସ୍ଥା କରାଯାଉଛି ଜ୍ଝତେବେ ଫେରି ଆସିଥିବା ପ୍ରବାସୀ ଓଡିଆ ମାନ୍ୟବର
ମୁଖ୍ୟମନ୍ତ୍ରୀଙ୍କର ଏହି ମହନୀୟତା ଲାଗି ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା
ସହ ଓଡିଶା-ମୋ ପରିବାରକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking