40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଧୂମଧାମରେ ପାଳନ ହେଲା ଗୋଟିଏ କୁକୁର ସହ ଦୁଇ ପିଲାଙ୍କ ବିବାହ

ଧୂମଧାମରେ ପାଳନ ହେଲା ଗୋଟିଏ କୁକୁର ସହ ଦୁଇ ପିଲାଙ୍କ ବିବାହ

ଭୁବନେଶ୍ୱର: ଆମ ଦେଶରେ ଏବେ ବି ଅନେକ ସ୍ଥାନରେ ପୁରୁଣା ପରମ୍ପରା ଓ ଅନ୍ଧବିଶ୍ୱାସକୁ ମାନ୍ୟତା ଦିଆଯାଏ । ଏହି ପରମ୍ପରା ଆଜି ବି ମୟୁରଭଞ୍ଜ ଜିଲ୍ଲାରେ ଚାଲି ଆସୁଛି । ହୋ ଜନଜାତି ରେ ପିଲାଙ୍କ ଉପର ଦାନ୍ତ ଯଦି ପ୍ରଥମେ ଉଠେ , ତେବେ ତାଙ୍କୁ କୁକୁର ସହ ବିବାହ କରିବାର ପରମ୍ପରା ରହିଛି । ଉପରଦାନ୍ତ ପ୍ରଥମେ ଉଠିଲେ ଅଶୁଭ ବୋଲି ଧରାଯାଏ । ଯଦି କୌଣସି ବାଳକର ଉପର ଦାନ୍ତ ପ୍ରଥମେ ଉଠେ, ତେବେ ତାର ବିବାହ ଏକ ମାଇ କୁକୁର ଓ ଯଦି କୌଣସି ବାଳିକାର ଉପର ଦାନ୍ତ ପ୍ରଥମେ ଉଠେ, ତେବେ ତାର ବିବାହ ଅଣ୍ଡିରା କୁକୁରର ପିଲାଙ୍କ ସହ ହୋଇଥାଏ । ଗତ ଶୁକ୍ରବାର ସୁକରୌଲୀ ବ୍ଲକ ଅନ୍ତର୍ଗତ ଗମ୍ଭିରିଆ ଗାଁରେ ଏମିତି ଏକ ମାମଲା ଦେଖିବାକୁ ମିଳିଛି । ସେଠାରେ ଦୁଇ ପରିବାର ନିଜ ପୁଅଙ୍କ ବିବାହ ଏକ ମାଇ କୁକୁର ସହ କରିଛନ୍ତି । କାରଣ ତାଙ୍କର ଉପର ଦାନ୍ତ ପ୍ରଥମେ ଉଠିଥିଲା । ଅଶୁଭପଣ ଦୂର କରିବା ପାଇଁ ଏହି ପରମ୍ପରା ପାଳନ କରାଯାଏ । ମକରସଂକ୍ରାନ୍ତିଠାରୁ ଆରମ୍ଭ କରି ଶିବରାତ୍ରୀ ମଧ୍ୟରେ କରାଯାଇଥାଏ । ପିଢୀ ପିଢୀ ଧରି ଏହା ପାଳନ କରାଯାଇଆସୁଛି । ଏଥିରେ ଗାଁର ଅନ୍ୟ ଲୋକମାନେ ବି ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking