29.1 C
Bhubaneswar
Friday, April 26, 2024
Homeଅପରାଧ‘ବୁଲିବାଈ’ ଆପ୍ ଲିଙ୍କ୍‌ରେ ଓଡ଼ିଶା : ଝାରସୁଗୁଡ଼ାର ଯୁବକଙ୍କୁ ଗିରଫକଲା ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ

‘ବୁଲିବାଈ’ ଆପ୍ ଲିଙ୍କ୍‌ରେ ଓଡ଼ିଶା : ଝାରସୁଗୁଡ଼ାର ଯୁବକଙ୍କୁ ଗିରଫକଲା ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର:  ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ‘ବୁଲି ବାଈ’ ଆପ୍‌ରେ ଲିଙ୍କ୍ ଓଡ଼ିଶା ଯାଏଁ ଲମ୍ବିଛି । ଘଟଣାର ତଦନ୍ତ କରିବାକୁ ଯାଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ଝାରସୁଗୁଡ଼ାରେ ଆସି ପହଞ୍ଚିଛି । ଏହି ଆପ୍ ଲିଙ୍କ୍‌ରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ଇବ୍‌ପିଟ୍‌ରେ ଚଢ଼ାଉ କରି ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ନୀରଜ କୁମାର ସିଂହ(୨୮) ।

ଗିରଫ ପରେ ନୀରଜଙ୍କୁ ଝାରସୁଗୁଡା ଜିଲା ସିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି । ଏ ନେଇ ମୁମ୍ବାଇ ୱେଷ୍ଟରିଜର୍ଭ କ୍ରାଇମବ୍ରାଞ୍ଚ ସାଇବର ଥାନା ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଏହି ଚଢ଼ାଉରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ସବ୍‌ଇନ୍ସପେକ୍ଟର ଗଣେଶ ସିର୍କା ଓ ତାଙ୍କ ସହଯୋଗୀ ସାମିଲ ହୋଇଥିଲେ ।
ଏହି ମାମଲାରେ ଦିଲ୍ଲୀ ପୁଲିସ ୪ଜଣଙ୍କୁ ଗିରଫ କରିଥିବାବେଳେ ମୁମ୍ବାଇ ପୁଲିସ ୨ଜଣଙ୍କୁ ଗିରଫ କରିଛି ।

ତେବେ ସମୁଦାୟ ୬ଜଣ ଗିରଫ ହୋଇଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ପୂର୍ବରୁ ଦିଲ୍ଲୀ ପୁଲିସ ବିଶାଲ ଝା, ଶ୍ୱେତା ସିଂ, ମୟଙ୍କ ରାୱତ ଓ ନୀରଜ ବିଷ୍ଣୋଇଙ୍କୁ ଗିରଫ କରିଥିଲା । ଏହି ଆପ୍ ଜରିଆରେ ମୁସଲମାନ ମହିଳାଙ୍କ ଫଟୋ ଅପଲୋଡ୍ କରି ସେମାନଙ୍କ ନିଲାମ ଡକାଯାଉଥିଲା । କେବଳ ଏତିକି ନୁହେଁ, ସେମାନଙ୍କ ଫଟୋରେ ଅଶ୍ଳିଳ କମେଣ୍ଟ ମଧ୍ୟ କରାଯାଉଥିଲା । ଏହି ଘଟଣାରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୨୫ରୁ ୨୬ଜଣ ଯୁବକ ସାମିଲ ଥିବା ଜଣାପଡ଼ିଛି ।

ଝାରସୁଗୁଡ଼ାର ନିରଜ ସିଂ ଜଣେ ଉଚ୍ଚଶିକ୍ଷିତ ଯୁବକ ହୋଇଥିବାବେଳେ ସେ ଏମବିଏ ପଢିଥିବା ତାଙ୍କ ଭାଇ କହିଛନ୍ତି । ସେ ଦିଲ୍ଲୀ ନୋଏଡାସ୍ଥିତ ଜମାଟୋ କମ୍ପାନୀରେ କାମ କରୁଥିବାବେଳେ ପ୍ରଥମ ଲକ୍‌ଡାଉନ ସମୟରେ ଚାକିରୀ ଛାଡି ଘରକୁ ଆସିଥିଲେ । ଏହାପରେ ଟ୍ୱିଟର୍ ମାଧ୍ୟମରେ ଜଣେ ଯୁବକଙ୍କ ସହ ପରିଚିତ ହୋଇଥିଲେ । ଏହାପରେ ଉକ୍ତ ଯୁବକ ତାଙ୍କୁ ‘ବୁଲ୍ଲି ବାଈ’ଆପରେ ଯୋଡିଥିଲା । ଏଥିରେ ସେ ଜଣେ ସଦସ୍ୟ ହୋଇଥିବାରୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ନିରଜର ପରିବାର ଲୋକେ କହିଛନ୍ତି । ଅନ୍ୟପଟେ ନିରଜଙ୍କୁ କ୍ରାଇମବ୍ରାଞ୍ଜ ଗିରଫ କରିବାପରେ ଝାରସୁଗୁଡା କୋର୍ଟରେ ହାଜର କରି ଅଧିକ ପଚରାଉଚରା କରିବା ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡରେ ମୁମ୍ବାଇ ନେଇଛି । ନିରଜଙ୍କୁ ଆସନ୍ତା ୨୬ତାରିଖ ମଧ୍ୟରେ ମୁମ୍ବାଇ କୋର୍ଟରେ ହାଜର କରିବା ପାଇଁ ଝାରସୁଗୁଡା କୋର୍ଟ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଅଭିଯୁକ୍ତଙ୍କ ଓକିଲ ପ୍ରକାଶ କରିଛନ୍ତି ।

‘ବୁଲ୍ଲି ବାଈ ଗିଠୁବ୍ ଇଓ’ ହେଉଛି ଏକ ଆପ୍ଲିକେସନ । ଏହି ଆପ୍ ମାଧ୍ୟମରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା । ମୁସଲିମ୍ ମହିଳାଙ୍କ ମଧ୍ୟରେ ଘୃଣାଭାବ ଖେଳାଯାଉଥିଲା । ଆପତ୍ତିଜନକ ଫଟୋ ସହ ଖରାପ କଥା ମଧ୍ୟ ଏହି ଫଟୋରେ ଲେଖାଯାଉଥିଲା । ‘ଦି ଓୟାର୍‌’ ନ୍ୟୁଜ୍‌ପୋର୍ଟାଲର ସାମ୍ବାଦିକା ଇସମତ୍ ଆରାଙ୍କ ଫଟୋ ଏହି ଆପ୍ଲିକେସନରେ ପୋଷ୍ଟ କରାଯାଇଥିଲା । ତାଙ୍କ ବିରୋଧରେ ଅଶାଳିନ ମନ୍ତବ୍ୟ ଉଲ୍ଲେଖ ହୋଇଥିଲା । ଏନେଇ ସେ ଗତ ୨ତାରିଖରେ ସାଉଥ୍ ଦିଲ୍ଲୀ ସାଇବର ଥାନାରେ ଏତଲା ଦେଇଥିଲେ । ତାଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା । ପରେ ଏହି ଆପ୍‌କୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ମୁମ୍ବାଇ ପୁଲିସ ଏହି ଘଟଣାର ତଦନ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking