27.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗଆଜି ୩୦ ଜିଲ୍ଲାରୁ ୩୫୪୩ ପଜିଟିଭ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୨୨୧କୁ ବୃଦ୍ଧି

ଆଜି ୩୦ ଜିଲ୍ଲାରୁ ୩୫୪୩ ପଜିଟିଭ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୨୨୧କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଏହି ମାସରେ ସବୁଦିନ ୩ ହଜାର ପାର୍ କରୁଛି ସଂକ୍ରମଣ ।ରାଜ୍ୟରେ ଆଜି  ୩୦ ଜିଲ୍ଲାରୁ ୩୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୨ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୨୨୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୮ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫୩ଜଣ, ବରଗଡ ଜିଲ୍ଲାରୁ ୨୭୪ଜଣ, ଭଦ୍ରକ ଜିଲ୍ଲାରୁ ୫୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୭ଜଣ, ବୌଦ୍ଧ ଜିଲ୍ଲାରୁ ୬୭ଜଣ, କଟକ ଜିଲ୍ଲାରୁ ୨୯୫ଜଣ, ଦେଓଗଡ଼ ଜିଲ୍ଲାରୁ ୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୯ଜଣ, ଗଜପତି ଜିଲ୍ଲାରୁ ୧୦୨ଜଣ, ଜଗତସିଂହପୁର ଜିଲ୍ଲାରୁ ୮୫ଜଣ, ଯାଜପୁର ଜିଲ୍ଲାରୁ ୨୦୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୭ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭ଜଣ, କନ୍ଧମାଳ ଜିଲ୍ଲାରୁ ୩୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୮ଜଣ, କେନ୍ଦୁଝର ଜିଲ୍ଲାରୁ ୪୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୭୮ଜଣ, କୋରାପୁଟ ଜିଲ୍ଲାରୁ ୯୦ଜଣ, ମାଲକାନଗିରି ଜିଲ୍ଲାରୁ ୨୫ଜଣ,ମୟୁରଭଞ୍ଜରୁ ୩୨୬ ଜଣ, ନବରଙ୍ଗପୁରରୁ ୩୩ଜଣ, ନୟାଗଡ଼ରୁ ୩୪ଜଣ, ନୂଆପଡ଼ାରୁ ୯୮ଜଣ, ପୁରୀରୁ ୬୧ ଜଣ, ରାୟଗଡ଼ାରୁ ୬୭ଜଣ, ସମ୍ବଲପୁରରୁ ୮୩ଜଣ,ସୋନପୁରରୁ ୯୯ଜଣ ଓ ସୁନ୍ଦରଗଡ଼ରୁ ୫୬ଜଣ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୦୨୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯୨୯୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking