କୋଭିଡ କେୟାର ସେଣ୍ଟର ବନ୍ଦ

ଭୁବନେଶ୍ୱର: କୋଭିଡ କେୟାର ସେଣ୍ଟର ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏନେଇ ସବୁ ଜିଲ୍ଲାପାଳ, କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ ଚିଠି ଲେଖିଛନ୍ତି । କୋଭିଡ କେୟାର ସେଣ୍ଟରରେ ଆଉ ରୋଗୀ ନଥିବାରୁ ସେସବୁକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ସବୁ ସ୍ଥାନରେ ନିୟୋଜିତ ଷ୍ଟାଫଙ୍କୁ ମୂଳ ସ୍ଥାନକୁ ଫେରାଇ ନେବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଦୈନିକ ଭିତ୍ତିରେ ଏସଆରସିଙ୍କୁ ଜଣାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସ୍ଥାନରେ ଜରୁରୀ ଆବଶ୍ୟକତା ଥିଲେ ଖୋଲାଯାଇପାରିବ ।

LEAVE A REPLY

Please enter your comment!
Please enter your name here