40.1 C
Bhubaneswar
Wednesday, April 24, 2024
Homeଓଡିଶାକୋଭିଡ଼ କେୟାର ହୋମ ପାଇଁ ନିଯୁକ୍ତି

କୋଭିଡ଼ କେୟାର ହୋମ ପାଇଁ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏହା ରାଜ୍ୟ ସରକାରଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ତେଣୁ ଏବେ ପ୍ରିତ ପଞ୍ଚାୟତରେ କୋଭିଡ଼ କେୟାର ହୋମ ତିଆରି କରାଯିବ । ପ୍ରତି ପଞ୍ଚାୟତରେ ହେବାକୁ ଥିବା କୋଭିଡ଼ କେୟାର ହୋମ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । ପ୍ରତି ହୋମ ପାଇଁ ଜଣେ ଜଣେ ଏଏନଏମଙ୍କୁ ଅସ୍ଥୟୀ ଭାବେ ନିଯୁକ୍ତି ଦିଆଯିବ । ଏଥିସହ ୬୭୯୮ଟି ପଞ୍ଚାୟତ ପାଇଁ  ପ୍ରାୟ ୭ହଜାର ଏଏନଏମଙ୍କୁ ନିଯୁକ୍ତି ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ଆବଶ୍ୟକ ତାଲିମପ୍ରାପ୍ତ ଏଏନଏମ ନ ମିଳିବେ , ତେବେ ନର୍ସ ଓ ଫାର୍ମାସିଷ୍ଟ ନିଯୁକ୍ତି ହେବେ। ଏଥିସହ ଏଏନଏମ , ନର୍ସ ଓ ଫାର୍ମାସିଷ୍ଟଙ୍କ ପରିତୋଷକ ମଧ୍ୟ ପ୍ରକାଶ ପାଇଛି । ଏଏନଏମଙ୍କୁ ଦୈନିକ ୮୫୦ଟଙ୍କା ମିଳିବାକୁ ଥିବା ବେଳେ ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦୈନିକ ୧ ହଜାର ଟଙ୍କା ମିଳିବ । ଏଏନଏମ , ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ୩ମାସ ପାଇଁ ନିଯୁକ୍ତି ଦିଆଯିବ।

ଆଜି ରାଜ୍ୟରେ ୨୨ ଜିଲ୍ଲାରୁ ନୂଆ ୬୧୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୧୧ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୦୭ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଆଜିର ଚିହ୍ନଟ ହୋଇଥିବା ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୯୮୬୪ ଜଣ ସୁସ୍ଥ ହୋଇଛନ୍ତି । ୭୭ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୯୩୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking