33.1 C
Bhubaneswar
Thursday, April 25, 2024
Homeଓଡିଶାଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏମ. ଅକ୍ଷୟ ଙ୍କୁ ପିଓଏଚ ଆଣ୍ଡ ଡବ୍ଲ୍ୟୁସିର ସିଏମଡି ଭାବେ ନିଯୁକ୍ତି ମିଳିଥିବା ବେଳେ ସତ୍ୟଜିତ ମହାନ୍ତି ହେଲେ ଡିଜି ଏଫଏସ ଆଣ୍ଡ୍ ସିଜି, ଏଚଜି । ସେହିଭଳି ଲଳିତ ଦାସ ଏଡିଜି କମ୍ୟୁନିକେସନ ଭାବେ ନିଯୁକ୍ତ ପାଇଛନ୍ତି । ରାଧାକୃଷ୍ଣ ଶର୍ମା ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଂଚ ଏଡିଜି ଭାବେ ବଦଳି କରାଯାଇଥିବା ବେଳେ ଆଇନ ଶୃଙ୍ଖଳାର ଆଇଜି ପଦ ପାଇଛନ୍ତି ପ୍ରବୀଣ କୁମାର । ଅନୁପ କୁମାର ସାହୁ ଗୁଇନ୍ଦା ବିଭାଗ ଡିଆଇଜି ହୋଇଛନ୍ତି । ସାର୍ଥକ ଷଡଙ୍ଗୀ କ୍ରାଇମବ୍ରାଂଚ ଏସପି ହୋଇଛନ୍ତି । ଅନ୍ୟପଟେ ପୁରୀ ଏସପି ଭାବେ ଅଖିଳେଶ୍ୱର ସିଂଙ୍କୁ ବଦଳି କରାଯାଇଛି । ଗଜପତି ଏସପି ଶାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ଆଉ କନ୍ଧମାଳ ଏସପି ହୋଇଛନ୍ତି ବିନୀତ ଅଗ୍ରଓାଲ । ସେହିଭଳି ସୁନ୍ଦରଗଡ ଏସପି ହୋଇଛନ୍ତି ସାଗରିକା ନାଥ । ସୌମ୍ୟା ମିଶ୍ର ହୋଇଛନ୍ତି ଟ୍ରାଫିକ୍ ଡିସିପି । ନୂଆପଡା ଏସପି ହୋଇଛନ୍ତି ରାହୁଲ ଜୈନ । ଦେବଗଡ ଏସପି ହୋଇଛନ୍ତି ଏସ.ସି ଜମାଦାର । ଗଜପତି ଏସପି ହୋଇଛନ୍ତି ତପନ କୁମାର ପଟ୍ଟନାୟକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking