31.1 C
Bhubaneswar
Friday, March 29, 2024
Homeଓଡିଶାଗଞ୍ଜାମ ପାଇଁ ଦୁଇଟି ସ୍ପେଶାଲ ଟିମ୍‌

ଗଞ୍ଜାମ ପାଇଁ ଦୁଇଟି ସ୍ପେଶାଲ ଟିମ୍‌

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାମାରୀ କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାକୁ ୨ ଆଇଏଏସ ଙ୍କ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ଗଂଜାମ ଜିଲ୍ଲା ପାଇଁ ୨ ସ୍ପେଶାଲ ଏଡିଏମଙ୍କୁ ସରକାର ନିଯୁକ୍ତ କରିଛନ୍ତି । ଆଇଏଏସ ପାରୁଲ ପଟ୍ଟାଓାରୀ ଓ ବିଶାଲ ସିଂ ହୋଇଛନ୍ତି ସ୍ୱତନ୍ତ୍ର ଏଡିଏମ । ପାରୁଲ ପଟାଓାରୀଙ୍କୁ ସରକାର ଛତ୍ରପୁର ଉପଖଣ୍ଡରେ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଥିବା ବେଳେ ବିଶାଲ ସିଂଙ୍କୁ ଭଞ୍ଜନଗର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଛି ।
 

ଆଜି ରାଜ୍ୟରେ ୨୪ ଟି ଜିଲ୍ଲାରୁ ୪୯୫ଟି କରୋନା ପଜିଟଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୩୫୫ଟି କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୪୦ଟି କେସ୍ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏଥିସହ ରାଜ୍ୟରେ ଆଜି ଆଉ ୫ ଜଣ କରୋନାରେ ଆଖି ବୁଜିଛନ୍ତି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଆଖି ବୁଜିଛନ୍ତି । ଆଜିର ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୮୬୦୧ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି ।ସେଥିମଧ୍ୟରୁ ୫୭୦୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୮୫୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking