26.1 C
Bhubaneswar
Sunday, March 23, 2025
Homeଓଡିଶାବିକଶିତ ଓଡିଶା ଗଠନରେ “ରେଳପଥ” ପ୍ରମୁଖ ଭୁମିକା ନିର୍ବାହ କରିବ : ମନମୋହନ ସାମଲ

ବିକଶିତ ଓଡିଶା ଗଠନରେ “ରେଳପଥ” ପ୍ରମୁଖ ଭୁମିକା ନିର୍ବାହ କରିବ : ମନମୋହନ ସାମଲ

– ରେଳ ବଜେଟ୍‌ରେ ପୁଣି ଥରେ ଓଡ଼ିଶାକୁ ଗୁରୁତ୍ୱ
– ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି

ଭୂବନେଶ୍ୱର : କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଓଡିଶାର ବିକାଶକୁ ଗତି ମିଳିଛି । ବର୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ବର୍ତମାନ ସମସ୍ତ ବାଧାବିଘ୍ନକୁ ଦୂର କରାଯାଇ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି । ଦଶନ୍ଧି ଦଶନ୍ଧି ଧରି ବିଳମ୍ବିତ ହୋଇ ପଡି ରହିଥିବା ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ଡବଲ ଇଂଜିନ ସରକାରରେ ରେଳପଥ ନିର୍ମାଣ କାମ ବାଧାପ୍ରାପ୍ତ ହେବ ନାହିଁ । ଓଡିଶାର ସାମୁହିକ ଓ ସନ୍ତୁଳିତ ବିକାଶ ପାଇଁ ରେଳପଥ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ବିକଶିତ ଓଡ଼ିଶା ଗଠନରେ ରେଳପଥ ପ୍ରମୁଖ ଭୁମିକା ନିର୍ବାହ କରିବ । ଏହାକୁ ଉପଲବ୍ଧି କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାରେ ରେଳର ଆଧୁନିକରଣ ଏହାର ଭିତିଭୂମି ସଜାଡ଼ିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ରେଳ ବଜେଟ୍‌ରେ ପୁଣି ଥରେ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି । ଓଡିଶାର ରେଳ ବିକାଶ କ୍ଷେତ୍ରରେ ୨୦୨୫-୨୬ ଆର୍ଥୀକ ବର୍ଷ ପାଇଁ ଆଜି ୧୦,୫୯୯ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ଆର୍ଥୀକ ଅନୁଦାନ ବ୍ୟୟବରାଦ ହୋଇଛି । ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାର ସର୍ବାଙ୍ଗୀନ ଉନ୍ନତି ସକାଶେ ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକତା ଓ ରେଳମନ୍ତ୍ରୀଙ୍କ ପ୍ରଚେଷ୍ଟା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବର୍ତମାନ ରାଜ୍ୟରେ ୭୩,୭୨୩ କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟ ଜାରୀ ରହିଛି । ୨୩୭୯ କୋଟି ଟଙ୍କା ବିନିମୟରେ ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ରୁପାନ୍ତରିତ କରାଯାଉଥିବାବେଳେ ରାଜ୍ୟରେ ଶତ ପ୍ରତିଶତ ରେଳଲାଇନ ବିଦ୍ୟୁତିକରଣ ହୋଇସାରିଛି । ରାଜ୍ୟରେ ୧୮୯୮ କିମି ଟ୍ରାକରେ “କବଚ” (ସ୍ୱୟଂଚାଳିତ ଟ୍ରେନ ସୁରକ୍ଷା) ଲାଗିବାର ପ୍ରକ୍ରିୟା ଜାରୀ ରହିଛି । ରେଳ ସେବା ପ୍ରଦାନ କ୍ଷେତ୍ରରେ ଚଳିତ ବଜେଟରେ ଓଡିଶାକୁ ଗୁରୁତ୍ୱ ଦିଆଯାଇଛି । ରେଳଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଫ୍ଲାଏ ଓ ଅଣ୍ଡର ବ୍ରିଜ ନିର୍ମାଣ, ଲିଫ୍ଟ, ଏସ୍କାଲେଟର, ଓ୍‌ôାଇଫାଇ ବ୍ୟବସ୍ଥାକୁ ସୁଦୃଢ କରାଯାଉଛି । ରାଜ୍ୟରେ ବର୍ତମାନ ୬ଟି ବନ୍ଦେ ଭାରତ ଏବଂ ଗୋଟିଏ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଚାଲୁଛି । ସ୍ୱାଧୀନତା ପରବର୍ତୀ ସମୟରେ ରେଳବାଇ କ୍ଷେତ୍ରରେ ଓଡିଶା ସର୍ବଦା ଅବହେଳିତ ହୋଇଆସୁଥିଲା । ୨୦୧୪ରେ ମୋଦିଜୀ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ଏହାର ଅନ୍ତ ଘଟିଛି ଏବଂ ଓଡିଶାର ବିକାଶ ଦୃତ ଗତିରେ ତ୍ୱରାନ୍ୱିତ ହେଉଛି ବୋଲି ଶ୍ରୀ ସାମଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking