27.1 C
Bhubaneswar
Thursday, April 25, 2024
Homeଓଡିଶାଖୁବ ଶୀଘ୍ର ୩ ମେଡିକାଲ କଲେଜରେ କୋବାସ ମେସିନ

ଖୁବ ଶୀଘ୍ର ୩ ମେଡିକାଲ କଲେଜରେ କୋବାସ ମେସିନ

ଭୁବନେଶ୍ୱର: କରୋନା ଟେଷ୍ଟ ପାଇଁ ୩ଟି ମେଡିକାଲ କଲେଜରେ ବସିବ ମେସିନ । ତେବେ ରାଜ୍ୟର ୩ଟି ମେଡିକାଲ କଲେଜରେ କୋବାସ ମେସିନ ସ୍ଥାପନ ହେବା ନେଇ ସୂଚନା ପ୍ରଦାନ କରାଯାଇଛି । କୋରାପୁଟ, ବଲାଙ୍ଗୀର ଓ ବାଲଶ୍ୱର ମେଡିକାଲରେ ଏହା ପ୍ରତିଷ୍ଠା ହେବ ବୋଲି କୁହାଯାଇଛି । ନିକଟ ଭବିଷ୍ୟତରେ ଏହି ମେସିନ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନ ଓ ବିଦେଶରୁ ଉପକରଣ ଓଡିଶା ଆସୁଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ ଚୀନ, ସିଙ୍ଗାପୁର ଓ ବ୍ରିଟେନରୁ କିଟ୍ ଆସୁଛି । ଦେଶ ଭିତରେ ପୁନେ, ମୁମ୍ବାଇ ଓ ଗୁଜୁରାଟରୁ କିଟ ଆସୁଛି । ଭେଣ୍ଟିଲେଟର, ଆଇସିୟୁ ବେଡ ଓ ଟେଷ୍ଟିଂ କିଟ ବାହାରୁ ଆସୁଛି । ଏହାଛଡା ମେଡିସିନ, ମେଡିକାଲ ସରଞ୍ଜାମ ଓ ଟେଷ୍ଟିଂ ସରଞ୍ଜାମ ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ଶର୍ମା କହିଛନ୍ତି । https://vivasex.ch

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking