34.1 C
Bhubaneswar
Friday, March 29, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କଲା ଓଡିଶା ଅବସର ପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କଲା ଓଡିଶା ଅବସର ପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି

ଭୁବନେଶ୍ୱର: ବିଶ୍ୱ ମହାମାରୀ କୋଭିଡ ୧୯ ବିରୁଦ୍ଧ ଯୁଦ୍ଧର ମହାନାୟକ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ନିର୍ଦ୍ଦେଶନାରେ ଓଡିଶାବାସୀ ଅତ୍ୟନ୍ତ ସଫଳତାର ସହ ଅଦୃଶ୍ୟ ଶତ୍ରକୁ ମୁକାବିଲା କରୁଛନ୍ତି । ଏହି ମହାସମରରେ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଓ ନିର୍ଦ୍ଦେଶନାରେ ଓଡିଶା ପୋଲିସ ରାଜରାସ୍ତାରେ ସମ୍ମୁଖ ଭାଗରେ ଅବତୀର୍ଣ୍ଣ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ ଅକ୍ଷରେ ଅକ୍ଷରେ ପାଳନ କରି ସମାଜରେ ଉଚ୍ଚ ପ୍ରଂଶସିତ ହୋଇଛନ୍ତି । ଓଡିଶା ଅବସର ପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତିର ସଭ୍ୟ ଓ ସଭ୍ୟାମାନେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଅବସ୍ଥାନ କରି ନିର୍ଦ୍ଦେଶମାନ ପାଳନ କରିବା ସହ ଜନସାଧାରଣଙ୍କୁ କୋଭିଡ ୧୯ ବିରୋଧରେ ,ଚେତନ କରାଉଛନ୍ତି । ଓଡିଶା ପୋଲିସ ବାହିନୀର ଯୋଦ୍ଧାମାନେ ସମସ୍ତ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହୋଇ ଅଦୃଶ୍ୟ ଶତ୍ରୁ କରୋନାର ବିପଦକୁ ଭ୍ରୁକ୍ଷେପ ନକରି ଦିନରାତି ରାଜରାସ୍ତାରେ ଯୁଦ୍ଧ ବେଳେ ଶହୀଦ ହେଲେ ସରକାର ତାଙ୍କ ପରିବାର ବର୍ଗକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେବା, ସମସ୍ତ ପୋଲିସ ବାହିନୀ ହୃଦୟରେ ଆନନ୍ଦର ଢେଉ ସୃଷ୍ଟି କରିଛି । ଏହି ଘୋଷଣା କର୍ତବ୍ୟରତ ପୋଲିସ କର୍ମଚାରୀ ଓ ତାଙ୍କ ପରିବାରକୁ ଉତ୍ସର୍ଗୀକୃତ ସଂଗ୍ରାମ କରିବା ପାଇଁ ପ୍ରେରଣା ଯୋଗାଇବ । ସେଥିପାଇଁ ଓଡିଶା ଅବସର ପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking