43.9 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟରେ ଜନତା କର୍ଫ୍ୟୁକୁ ସମର୍ଥନ

ରାଜ୍ୟରେ ଜନତା କର୍ଫ୍ୟୁକୁ ସମର୍ଥନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁକୁ ଓଡ଼ିଶାରେ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ ପରିଲକ୍ଷିତ ହେଉଛି। ସାରା ରାଜ୍ୟ ଶୁନଶାନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏହାକୁ ସମର୍ଥନ କରିଛନ୍ତି । ଆଜି ସକାଳ ୭ଟାରୁ ସାରା ରାଜ୍ୟରେ ଶୁନଶାନ୍ ସ୍ଥିତି ପରିଲକ୍ଷିତ ହେଉଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଛି । ଦେଶବ୍ୟାପୀ ରାତି ୯ ଟା ଯାଏଁ ଲାଗୁ ହେବ ଜନତା କର୍ଫ୍ୟୁ । ରାତି ୯ ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଥିଲାଗି ବନ୍ଦ ରହିଛି ଦୋକାନ ବଜାର , ଗାଡ଼ି ମୋଟର । ତେବେ ଜାରି ରହିଛି ଜରୁରୀ ସେବା । ଦରକାର ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଜନତା କର୍ଫ୍ୟୁ ପାଇଁ ଆଜି ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ଗଡ଼ିବନି ପାଖାପାଖି ୧୪ ହଜାର ଘରୋଇ ବସ୍ । ସକାଳ ୭ ଟାରୁ ରାତି ୯ ଟା ଯାଏଁ ଗଡ଼ିବନି ବସ୍ । ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛି ଘରୋଇ ବସ୍ ମାଲିକ ସଂଘ । ଆଜି ଭୁବନେଶ୍ବର , କଟକ ସମେତ ସବୁ ସହରରେ ଖାଁ ଖାଁ ସ୍ଥିତି ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking