39.4 C
Bhubaneswar
Thursday, April 18, 2024
Homeଓଡିଶାଓଡ଼ିଶାରେ ପୁଣି ବଢ଼ିଲା ଲକ୍‌ଡାଉନ୍‌, ଜୁନ୍ ୧ ତାରିଖ ସକାଳ ୫ଟା ଯାଏ ବଢ଼ିଲା ଲକ୍‌ଡାଉନ୍‌

ଓଡ଼ିଶାରେ ପୁଣି ବଢ଼ିଲା ଲକ୍‌ଡାଉନ୍‌, ଜୁନ୍ ୧ ତାରିଖ ସକାଳ ୫ଟା ଯାଏ ବଢ଼ିଲା ଲକ୍‌ଡାଉନ୍‌

ଭୁବନେଶ୍ୱର : ପୁଣି ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢ଼ାଇଲେ ରାଜ୍ୟ ସରକାର। ଜୁନ୍ ୧ ତାରିଖ ସକାଳ ୫ଟା ଯାଏ ବଢ଼ିଲା ଲକ୍‌ଡାଉନ୍‌। ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜୁନ୍ ୧ ସକାଳ ୫ଟା ଯାଏଁ ଲକ୍ ଡାଉନ୍‌କୁ ବୃଦ୍ଧି କରାଯାଇଛି । ଏନେଇ ଆଜି ମୁଖ୍ୟ ଶାସନ୍ ସଚିବ ସୁଚନା ଦେଇଛନ୍ତି । ଏଥିସହିତ କଟକଣାକୁ ମଧ୍ୟ ବଢ଼ାଇ ଦିଆଯାଇଛି । ପୂର୍ବରୁ ବଜାର ଏବଂ ପନିପରିବା ହାଟ ସବୁ ସକାଳ ୭ଟାରୁ ୧୨ ଯାଏ ଖୋଲା କରିବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ କମାଇ ୧୧ ଟା ପର୍ଯ୍ୟନ୍ତ କରି ଦିଆଯାଇଛି ।ପୂର୍ବରୁ ମେ’ ୫ରୁ ୧୯ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରିଥିଲେ ରାଜ୍ୟ ସରକାର । ମେ’ ୫ ବୁଧବାର ସକାଳୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ରାଜ୍ୟରେ ୧୪ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା ହୋଇଥିଲା । ରାଜ୍ୟରେ କରୋନା ଭୟାବହତା ବଢ଼ିବାରେ ଲାଗିଥିବାରୁ ସାଧାରଣ ଲୋକମାନେ ଏହାକୁ ବେଖାତିର୍ କରି ବିନା ମାସ୍କରେ ବୁଲାବୁଲି କରୁଛନ୍ତି । ଯାହା ଫଳରେ ପୁଣି ଲକ୍‌ଡାଉନ୍‌ର ଆବଶ୍ୟକତା ଥିଲା । ରାଜ୍ୟସରକାରଙ୍କ ନିଷ୍ପତ ଫଳରେ ରାଜ୍ୟରେ ପୁଣି ୧୪ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି ।

ଲକ୍‌ଡାଉନ୍ ବେଳେ ପବ୍ଲିକ୍ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି । ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ବନ୍ଦ ରହିବ । ପ୍ରଦର୍ଶନୀ ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ । ଟ୍ୟାକ୍ସି, ଅଟୋ, ସାଇକେଲ୍ ରିକ୍ସା ଚଳାଚଳ ସପୂର୍ଣ୍ଣ ବନ୍ଦ ରହିବ । ସିନେମା ହଳ୍‌, ମଳ୍‌, ମାର୍କେଟ କଂପ୍ଲେକ୍ସ, ଜିମ୍ ବନ୍ଦ ରହିବ । ଯାତ୍ର ଅପେରା, ଖୋଲାମଞ୍ଚ ସପୂର୍ଣ୍ଣ ମନ୍ଦ ରହିବ । ସେଲୁନ୍‌, ପାର୍ଲର, ସ୍ପା ଦସପୂର୍ଣ୍ଣ ବନ୍ଦ ରହିବ । କେବଳ ମେଡିକାଲ୍ କାର୍ଯ୍ୟ ବ୍ୟତିତ ଅନ୍ୟ ସବୁ ଆତଯାତକୁ ମନା କରାଯାଇଛି । ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ମଧ୍ୟ କଟକଣା ବଢ଼ିଲା। ବାହା ଘରରେ ଏଣିକି ୫୦ ବଦଳରେ ସର୍ବାଧିକ ୨୫ ଏକାଠି ହୋଇପାରିବେ। ବର, କନ୍ୟା, ପୂଜକ, ବାଜାବାଲାଙ୍କୁ ମିଶାଇ ମୋଟ ୨୫ ଜଣ ସାମିଲ ହୋଇପାରିବେ। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟରେ ଭୋଜିଭାତ ସମ୍ପୂର୍ଣ୍ଣ ମନା ଘରକୁ ଡାକି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯାଇପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking