29.1 C
Bhubaneswar
Thursday, October 6, 2022
Homeଓଡିଶାରାକ୍ଷୀ ପୁର୍ଣ୍ଣିମା ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ରାକ୍ଷୀ ପୁର୍ଣ୍ଣିମା ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ରାକ୍ଷୀ ପୁର୍ଣ୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି ଜନସାଧାରଣ ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ, ଆଗାମୀ କାଲି ରକ୍ଷା ବନ୍ଧନ ପାଇଁ ନବୀନ ନିବାସ କୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ।
ଆସନ୍ତାକାଲି ହେଉଛି ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀ ମଧ୍ୟରେ ଥିବା ପ୍ରେମ ସ୍ନେହ ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ ରାକ୍ଷୀ । ଭାଇ ଭଉଣୀର ଅତୁଟ ସମ୍ପର୍କର ଅନନ୍ୟ ପରମ୍ପରା ହେଉଛି ରକ୍ଷା ବନ୍ଧନ । ସାରା ଭାରତ ବର୍ଷରେ୍ ପୁଲପଲ୍ଲୀ ରେ ପାଳନ କରାଯାଇଥାଏ । ୨ ବର୍ଷ ଧରି କରୋନା କଟକଣା ଲାଗି ରହିଥିବାରୁ ରକ୍ଷା ବନ୍ଧନ ଫିକା ପଡିଥିଲା । ରାଖୀ ବନ୍ଧନରେ ଘରେ ପିଠା ପଣାର ଆସର ହୁଏ , ମଜା ମସ୍ତିରେ କଟେ । ଘରକୁ ଅତିଥି ମାନେ ଆସନ୍ତି । ଖାସ କରି ରାଖୀ ବନ୍ଧନ ହେଉଛି ଭାଇ ମାନଙ୍କ ପାଇଁ ଦିନ ଟିଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking