30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିଠୁ ଓଡିଶା ସିଭିଲ ସର୍ଭିସ ମେନ୍ ପରୀକ୍ଷା

ଆଜିଠୁ ଓଡିଶା ସିଭିଲ ସର୍ଭିସ ମେନ୍ ପରୀକ୍ଷା

ଭୁବନେଶ୍ୱର : ଓଡିଶା ଲୋକସଭା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ (ଓସିଏସ) ୨୦୨୦ ମେନ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଚଳିତଥର ପ୍ରାୟ ୪ ହଜାର ୭୫୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୫ଟି ଜୋନର ୧୬ଟି ପରୀକ୍ଷା କେନ୍ଦ୍ରରେ କୋଭିଡ କଟକଣା ଅନୁଯାୟୀ ଏହି ପରୀକ୍ଷା କରାଯିବ । ଆସନ୍ତା ଫେବୃୟାରୀ ୮ ତାରିଖ ପର୍ଯ୍ୟନ୍ତ ଉକ୍ତ ପରୀକ୍ଷା ଚାଲିବ । ବିଭିନ୍ନ ବିଷୟରେ ପରୀକ୍ଷାର୍ଥୀମାନେ ଦୁଇଟି ସିଟିଂରେ ପରୀକ୍ଷା ଦେବେ ।

ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ । ପ୍ରଥମ ଦିନର ପ୍ରଥମ ସିଟିଂରେ ଓଡିଆ ଭାଷା ବିଷୟରେ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂରେ ଇଂରାଜୀ ବିଷୟରେ ପରୀକ୍ଷା ହେବ । ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଛି । ଆୟୋଗର ସଦସ୍ୟମାନେ ସ୍କ୍ୱାଡ୍ ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ବ୍ୟବସ୍ଥା ତଦାରଖ କରିବେ ବୋଲି ସଚିବ ଅଶୋକ କୁମାର ଦାଶ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking