40.1 C
Bhubaneswar
Thursday, April 25, 2024
Homeଓଡିଶାବନ୍ଦ ଡାକରା ଜଗତସିଂହପୁର ରେ ପ୍ରଭାବଶୁନ୍ୟ

ବନ୍ଦ ଡାକରା ଜଗତସିଂହପୁର ରେ ପ୍ରଭାବଶୁନ୍ୟ

ଜଗତସିଂହପୁର-ଆଜି ବାମ ଦଳର ଓଡିଶା ବନ୍ଦ ଡାକରା । ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ୪ଟି ବାମ ଦଳ। ଏ ବନ୍ଦକୁ କଂଗ୍ରେସ ମଧ୍ୟ ସମର୍ଥନ କରିବ ବୋଲି ଘୋଷଣା କରିଥିଲା । ସେହି ପରିପେକ୍ଷିରେ ଆଜି ଜଗତସିଂହପୁର ସହର ମଧ୍ୟ ବାମ ଦଳ ସବୁ ବନ୍ଦ ଡାକରା ଦେଇଥିଲେ ମଧ୍ୟ ସହରରେ ଏହି ବନ୍ଦ ଡାକରାର କୌଣସି ପ୍ରଭାବ ନ ଥିଲା । ସ୍ୱାଭାବିକ ଭାବରେ ସହରରେ ସମସ୍ତ ସରକାରୀ କାର୍ଯ୍ୟଳୟ , ବ୍ୟାଙ୍କ , ଦୋକାନବଜାର ସମସ୍ତ ଖୋଲା ରହିଥିଲା । ଗାଡି ମୋଟର ମଧ୍ଯ ସ୍ୱାଭାବିକ ଭାବରେ ଚଳାଚଳ କରୁଥିଲା । ବାମ ଦଳମାନଙ୍କର କୌଣସି ଜାଗାରେ ପିକେଟିଂ କରିବା କିମ୍ବା ବନ୍ଦ କରିବା ଦେଖା ଯାଇ ନ ଥିଲା । ସେମାନେ କେବଳ ସହରର ଡାକ ବଙ୍ଗଳା ଛକରେ ଠିଆ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ଓ ବିଭିନ୍ନ ନିଉଜ ଚ୍ୟାନେଲରେ ବାଇଟ ଦେବା ଦେଖା ଯାଇଥିଲା । ସହରର କୌଣସି ଜାଗାରେ ବନ୍ଦର କୌଣସି ପ୍ରଭାବ ନ ଥିଲା ।

 

ଜଗତସିଂହପୁର ରୁ ପ୍ରତାପ କୁମାର ସିଂହଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking