43.9 C
Bhubaneswar
Friday, April 19, 2024
Homeଓଡିଶାକରୋନା ମାଡ଼: ବିଧାନସଭା ଅଧିବେଶନ ବସିବ ଲୋକସେବା ଭବନରେ

କରୋନା ମାଡ଼: ବିଧାନସଭା ଅଧିବେଶନ ବସିବ ଲୋକସେବା ଭବନରେ

ଭୁବନେଶ୍ୱର (ଓଏନଏ): କରୋନା ଭୂତାଣୁ ଭୟରେ ବିଧାନସଭା ଘୁଞ୍ଚିଲା ଲୋକସେବା ଭବନକୁ । ଆସନ୍ତା ୩୦ ତାରିଖରେ ବିଧାନସଭା ଅଧିବେଶନ ଯେଉଁ ବିଧାନସଭା ଗୃହରେ ଅନୁଷ୍ଠିତ ହେବାକୁ ଥିଲା ତାହା ଲୋକସେବା ଭବନର କନଭେନସନ ହଲରେ କରାଯିବ । ଏ ନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଘୋଷଣା କରିଛନ୍ତି ।
ଏକ ବିଶେଷ ପରିସ୍ଥିତିରେ ଏଭଳି ପଦକ୍ଷେପ ନେବାକୁ ପଡ଼ିଥିବା ବାଚସ୍ପତି ଜଣାଇଛନ୍ତି । ବିଧାନସଭା ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ଏ ସମ୍ପର୍କରେ ବାଚସ୍ପତି କାରଣ ମଧ୍ୟ ଦର୍ଶାଇଛନ୍ତି । ଗତକାଲି ଓଡ଼ିଶାରେ ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗୀଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି । ତେଣୁ ସେ ବିଧାନସଭାର ଅନ୍ୟ କର୍ମଚାରୀଙ୍କ ସହ ମିଶି କାର୍ଯ୍ୟ କରିଥିବାରୁ ବିଧାନସଭାର ସବୁ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପୁରା ବିଧାନସଭା ବିଲ୍ଡିଂକୁ ସଫାସୁତୁରା ବା ବିଶୋଧନ କରାଯିବ । ତେଣୁ ବିଧାନସଭା ଅଧିବେଶନ ଆଉ ବିଧାନସଭା ଗୃହରେ ନ ହୋଇ ଲୋକସେବା କନଭେନସନ ହଲରେ କରାଯିବ ।
ବାଚସ୍ପତି କହିଛନ୍ତି କରୋନା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିôବା ଏକାନ୍ତ ଅପରିହାର୍ଯ୍ୟ ହୋଇଥିବାରୁ ପ୍ରତ୍ୟେକ ବିଧାୟକ ୨ ମିଟର ବ୍ୟବଧାନରେ ବସିବେ । ଏଥିପାଇଁ ସବୁ ବିଧାୟକ ନ ଆସି ପ୍ରତ୍ୟେକ ଦଳର ୩୦ ପ୍ରତିଶତ ବିଧାୟକ ଆସିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିନେଇ ସେ ସବୁ ବିଧାୟକ ଦଳର ନେତାଙ୍କୁ ଏଥିନେଇ ଅନୁରୋଧ କରିଛନ୍ତି ଯେ, ସେ ନିଜନିଜ ଦଳର ୩୦ ପ୍ରତିଶତ ବିଧାୟକଙ୍କୁ ଧରି ଆସିବେ । କରୋନା ପାଇଁ ସମଗ୍ର ରାଜ୍ୟରେ ଲକଡାଉନ ଘୋଷଣା ଜାରି ରହିଥିବାରୁ ରାସ୍ତାରେ ଜାତାୟତ ଉପରେ ନିଷେଧ କରାଯାଇଛି । ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ରାସ୍ତାରେ ଗାଡ଼ିରେ ଆସିବାକୁ ବାରଣ କରାଯାଇଛି । ଏଣୁ ବିଧାନସଭା ପାଇଁ ବିଧାୟକମାନଙ୍କର ଆସିବାର ଜରୁରି ଥିôବାରୁ ବାଟରେ ଯେପରି କେହି ପୁଲିସ ବିଧାୟକମାନଙ୍କୁ ଆସିବାରେ ବାଧା ସୃଷ୍ଟି ନ କରନ୍ତି ବା ନ ଅଟକାନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ସେ ଜଣାଇ ଦେଇଥିବା ବାଚସ୍ପତି କହିଛନ୍ତି ।
ଏଥିସହ ବାଚସ୍ପତି ସୂଚନା ଦେଇଛନ୍ତି ବିଧାନସଭା କାର୍ଯ୍ୟସୂଚୀରେ ମାର୍ଚ୍ଚ ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ ପାସ ହୋଇ ବଜେଟର ପୂର୍ଣ୍ଣାଙ୍ଗ ଅନୁମୋଦନ ଦେବା ଲାଗି ସ୍ଥିର ହୋଇଥିଲା । କିନ୍ତୁ ୩୧ ପରିବର୍ତ୍ତେ ବିଶେଷ ପରିସ୍ଥିତି ଦୃଷ୍ଟିରୁ ୩୦ରେ ବ୍ୟୟ ମଞ୍ଜୁରୀ ବିଲ ଆସି ବଜେଟ ଗୃହୀତ ହେବ ।
https://onakhabar.com/2020/03/25/assembly-session-will-end-on-the-30th/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking