28.1 C
Bhubaneswar
Wednesday, April 24, 2024
Homeଓଡିଶାବିଧାନସଭାରେ ପାରିତ ହେଲା ବ୍ୟୟ ମଂଜୁରୀ ବିଲ୍‌

ବିଧାନସଭାରେ ପାରିତ ହେଲା ବ୍ୟୟ ମଂଜୁରୀ ବିଲ୍‌

ଭୁବନେଶ୍ୱର: ଆଜି ବିଧାନସଭାରେ ପାରିତ ହୋଇଛି ସରକାରଙ୍କ ବ୍ୟୟମଂଜୁରୀ ବିଲ୍ । ପ୍ରଥମ ଥର ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ମାତ୍ର ୩୦ ମିନିଟ୍ ପାଇଁ ଚାଲିଥିଲା । ଏହାଛଡା ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିବା ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ସୂଚନା ଦେଇଛନ୍ତି । ତେବେ ଏହି ବୈଠକ ସମୟରେ ସବୁ ବିଧାୟକ
ମୁହଁରେ ମାସ୍କ୍ ପିନ୍ଧି ଆସିଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କ ଭିତରୁ କିଛି ବିଧାୟକ ନିଜେ ଗାଡ଼ି ଚଳାଇ ବିଧାନସଭାକୁ ଆସିଥିଲେ। ସୂଚନାଯୋଗ୍ୟ,କରୋନା ସତର୍କତା ସ୍ବରୂପ ହଲ୍ ଭିତରେ ଥିବା ଗୋଟିଏ ଧାଡ଼ିରେ ୮ରୁ ୯ ଜଣ ବିଧାୟକ ବସିବାକୁ ବ୍ୟବସ୍ଥା କରାଯାଇଥିଲା। ସାମାଜିକ ଦୂରତା ରକ୍ଷା ପାଇଁ ଜଣେ ଲେଖାଏଁ ସଦସ୍ୟଙ୍କ ମଧ୍ୟରେ ଯେପରି ଗୋଟିଏ ମିଟରରୁ ଅଧିକ ଦୂରତା ରକ୍ଷା ହେବ, ତା ଉପରେ ଗୁରୁତ୍ବ ଦିଆଯାଇଥିଲା। ଗତସନ୍ଧ୍ୟାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ପ୍ରସ୍ତୁତି ନେଇ ଅନୁଧ୍ୟାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking