28.1 C
Bhubaneswar
Wednesday, April 24, 2024
Homeଓଡିଶା୪ ଜିଲ୍ଲାରେ ୩୧ ଯାଏଁ ଲକ ଡାଉନ

୪ ଜିଲ୍ଲାରେ ୩୧ ଯାଏଁ ଲକ ଡାଉନ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏବେ ବେଶି ସଂକ୍ରମିତ ବାହାରୁଥିବା ୪ ଜିଲ୍ଲାକୁ ୩୧ ତାରଖ ଯାଏଁ ଲକ ଡାଉନ ଘୋଷଣା କରାଯାଇଛି । ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମ ଲକଡାଉନ କରାଯିବ ।
-ଜୁଲାଇ ୩୧ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକ ଡାଉନ ରହିବ ।
-୪ ଜିଲ୍ଲା ଗୁଡିକ ହେଲା, ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ଲକ ଡାଉନ ହେବ ।
-୧୭ ତାରିଖ ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକ ଡାଉନ ।
-ରାଉରକେଲା ମହାନଗର ନିଗମ ଜୁଲାଇ ୩୧ ଯାଏଁ ଲକ ଡାଉନ ।
-ବିନା କାରଣରେ ଏହିସବୁ ଜିଲ୍ଲାକୁ ବାହାର ଜିଲ୍ଲା ଲୋକଙ୍କୁ ମନା
-ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ କିଛି ଦୋକାନ ଖୋଲା ରହିବ । ଦିନ ଗୋଟାଏ ଯାଏଁ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ ।
-ଗ୍ରୋସରୀ, ପରିବା,କ୍ଷୀର ଦୋକାନ ଦିନ ୧ଟା ଯାଏଁ ଖୋଲା । ଔଷଧ ଦୋକାନ ଖୋଲିବା ଉପରେ କଟକଣା ନାହିଁ ।
-ନିର୍ଦ୍ଦିଷ୍ଟ ଅଫିସ ଓ ସେବା ବ୍ୟତୀତ ଅନ୍ୟସବୁ ବନ୍ଦ ରହିବ ।
-ପୂର୍ବଭଳି ଆଉ ଏହି ଜିଲ୍ଲା ଗୁଡିକରେ ସପ୍ତାହାନ୍ତ ସଟ ଡାଉନ ରହିବନି
-ଲକ ଡାଉନ କଟକଣା ମାନିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।
-କଟକଣା ନମାନିଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ


5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking