37.1 C
Bhubaneswar
Saturday, April 20, 2024
Homeଓଡିଶାପ୍ରବାସୀ ଓଡ଼ିଆଙ୍କୁ ମିଳିଲା ସହାୟତା

ପ୍ରବାସୀ ଓଡ଼ିଆଙ୍କୁ ମିଳିଲା ସହାୟତା

ଭୁବନେଶ୍ୱର : ଏବେ କରୋନା ସହ ସଂଗ୍ରାମ କରୁଛି ସାରା ଦେଶ । ଏଥିପାଇଁ ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି । ଓଡିଶା ବାହାରେ ବିଭିନ୍ନ ଜାଗାରେ ଓଡିଆମାନେ କାମ କରିବାକୁ ଯାଇ ଫସିରହିଛନ୍ତି । ତେବେ ଫସିରହିଥିବା ଓଡିଆଙ୍କ ପାଇଁ ସରକାର ସବୁ ପ୍ରକାର ବନ୍ଦୋବସ୍ତ କରୁଛନ୍ତି । ମୁମ୍ବାଇ କୁ କାମ କରିବାକୁ ଯାଇ ବହୁ ଓଡିଆ ଫସିରହିଛନ୍ତି । ଫସିରହିଥିବା ଓଡିଆଙ୍କ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଦେବା ପାଇଁ ଉଦ୍ୟମ କରାଯାଉଛି । ସେମାନଙ୍କର ରହିବା ଆଉ ଖାଇବାରେ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ସଂପୃକ୍ତ ରାଜ୍ୟ ସହ ସରକାର ଆଲୋଚନା କରୁଛନ୍ତି । ତେବେ ବର୍ତମାନ ଓଡିଶା ମୋ ପରିବାରର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ଲକ ଡାଉନ ଯୋଗୁ ଫସିରହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ବିଶେଷ ଭାବେ କେତେକ ଦାୟିତ୍ୱ ଦେଇଛନ୍ତି । ବମ୍ବେରେ ଫସିରହିଥିବା ଓଡିଆଙ୍କୁ ଅରୂପ ଓ କୋଣାର୍କ କ୍ୟାନସର ଫାଉଣ୍ଡେସନ ପକ୍ଷରୁ ଦୈନିକ ବମ୍ବେର ବିଭିନ୍ନ ଅଚଂଳରେ ରହିଥିବା ଓଡିଆଙ୍କୁ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଦିଆଯାଉଛି । ଏହି ସହାୟତା ପାଇଁ ଟେଲିଫୋନ ନମ୍ବର ମଧ୍ୟ ଜାରି କରିଛନ୍ତି । ବିଭିନ୍ନ ଅଂଚଳରେ ସମସ୍ୟା ଭିତର ଥିବା ଓଡିଆମାନେ ଫୋନ କରି ଜଣାଇଲେ ସେମାନଙ୍କର ପାଖରେ ତତକ୍ଷଣାତ ଫହଂଚୁଛନ୍ତି କୋଣାର୍କ କ୍ୟାନସର ଫାଉଣ୍ଡେସନ ଗ୍ରୁପ । ଆଜି ସେମାନେ ବମ୍ବେରେ ଫସିଥିବା ଜଗତସିଂପୁର ଜିଲ୍ଲାର ଓଡିଆମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking