37.2 C
Bhubaneswar
Friday, April 19, 2024
Homeଓଡିଶାବିଦେଶରେ ଓଡ଼ିଆ ଯୁବକ ନିଖୋଜ : ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ

ବିଦେଶରେ ଓଡ଼ିଆ ଯୁବକ ନିଖୋଜ : ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ

କୋଦଳା : ଗଞ୍ଜାମ ଜିଲ୍ଲାରୁ ଦାଦନ ଶ୍ରମିକ ବିଦେଶକୁ ଯାଇ ବାରମ୍ବାର ନିସ୍ପେଷିତ ହେବା ଘଟଣା ପଦାକୁ ଆସୁଥିବା ବେଳେ ଏବେ ପୁଣି ଏକ ଓଡ଼ିଆ ଶ୍ରମିକ ବିଦେଶକୁ ଯାଇ ନିଖୋଜ ହୋଇଥିବା ଘଟଣା ନଜରକୁ ଆସିଛି ।
ସୂଚନା ଅନୁଯାୟୀ, କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଗଡ ନିକଟସ୍ଥ ଫାରକାପଲୀ ଗ୍ରାମର ସୁବାଷ ଚନ୍ଦ୍ର ନାୟକଙ୍କ ପୁଅ ଟୁନା ନାୟକ ଗତ ୨୦୧୭ ମସିହାରେ ମୁମ୍ବାଇ ସ୍ଥିତ ଗୁରୁଗାଓଁ ଜାଭେରୀ ଆସୋସିଏଟ୍‍ ଗାଲା ନଂ ୩୯ର ଏକ ଏଜେଣ୍ଟ ମାଧ୍ୟମରେ ମରିସସର ମୟୂରୀଟିଉସ୍‍ ଦେଶରେ ଥିବା ଆକୁଏରେଲି କ୍ଲଥିଙ୍ଗ ଲିମିଟେଡ ବାଉଣ୍ଡ୍ରିକୁ ଟେଲର୍‍ ଭାବେ କାମ କରିବାକୁ ଯାଇଥିଲେ । ଗତ ୨ ତାରିଖରେ ଟୁନା ଘରକୁ ପଇସା ପଠାଇବା ନିମନ୍ତେ ଏକ ଏଟିଏମ କାଉଣ୍ଟରକୁ ଯାଇଥିଲା ବେଳେ ସେଠାରୁ ଆଉ ଫେରିନଥିଲେ । ପରେ ତାଙ୍କର ଫେରିବାର ବିଳମ୍ବ ହେବାରୁ ସେଠାରେ ରହୁଥିବା ଅନ୍ୟ ଜଣେ ସହଯୋଗୀ ଟୁନାଙ୍କ ଘରକୁ ଫୋନ୍‍ କରି ଜଣାଇଥିଲେ । ଏହାପରେ ଟୁନାଙ୍କ ଭାଇ ପ୍ରଶାନ୍ତ ମୁମ୍ବାଇ ସ୍ଥିତ ଏଜେଣ୍ଟକୁ ଏନେଇ ଜଣାଇବା ସହ କୁଏତରେ ଥିବା ସଂପୃକ୍ତ କମ୍ପାନୀକୁ ମଧ୍ୟ ଅବଗତ କରାଇଥିଲେ । ତେବେ କୌଣସି ଖୋଜ ଖବର ମିଳିନଥିଲା । ପରେ ପରିବାର ଲୋକେ ବେଗୁନିଆପଡ଼ା ଫାଣ୍ଡିିରେ ଏତଲା ଦେବା ସହ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ, ଶ୍ରମ ଅଧିକାରୀ, ଶ୍ରମ ମନ୍ତ୍ରୀ, ଶ୍ରମ ସଚିବ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟକୁ ପତ୍ର ମାଧ୍ୟମରେ ଟୁନାଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି । ଘଟଣା ଦିନଠାରୁ ଟୁନାଙ୍କ ମୋବାଇଲ ଫୋନ ବନ୍ଦଥିବାରୁ ତାଙ୍କ ସହ ଯୋଗାଯୋଗ ନହୋଇ ପରିବାର ଲୋକେ ବ୍ୟସ୍ତ ହୋଇପଡିଛନ୍ତି । ଯେଉଁ ଏଜେଣ୍ଟ ମାଧ୍ୟମରେ ଟୁନା ବିଦେଶ ଯାଇଥିଲେ ସେ କୌଣସି ପ୍ରତିକ୍ରିୟା ଦେଉନଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ପରିବାର ଲୋକେ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking