ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ମନୋଜ କୁମାର ପଣ୍ଡା । ହୃଦଘାତରେ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶାରଳା ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖକ ମନୋଜ ପଣ୍ଡାଙ୍କ ପରଲୋକ ହୋଇଯାଇଛି । ୬୫ ବର୍ଷ ବୟସରେ ହୃଦଘାତରେ ମନୋଜ ପଣ୍ଡାଙ୍କ ଦେହାନ୍ତ ହୋଇଛି । ୨୦୧୫ ମସିହାରେ ପୁସ୍ତକ ‘ମାୟା ବଗିଚା’ ପାଇଁ ସେ ଶାରଳା ପୁରସ୍କାର ପାଇଥିଲେ । ଜଣେ ସାହିତ୍ୟିକ ଭାବରେ ସେ ବେଶ ଜଣାଶୁଣା ଥିଲେ । ସବୁଠି ତାଙ୍କର ବେଶ ଖ୍ୟାତି ଥିଲା । ଆଜି ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି ।