ନାସାକୁ ଯିବେ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ସ୍କୁଲତ୍ତଛାତ୍ରଛାତ୍ରୀ ନାଶାର ରେଭର ଚ୍ୟାଲେଞ୍ଜରେ ଭାଗ ନେବାକୁ ଯାଉଛନ୍ତି । ନାଶାରେ ଅନୁଷ୍ଠିତ ହେବାକୁ ଯାଉଛି ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚ୍ୟାଲେଞ୍ଜ ୨୦୨୧ । ଏଥିପାଇଁ ରାଜ୍ୟର କେତେକ ସ୍କୁଲରୁ ୧୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ନଭୋନମେସ ପ୍ରସାର ଫାଉଣ୍ଡେସନ ପକ୍ଷରୁ ହେଇଥିବା ପ୍ରତିଯୋଗିତାରେ ସଫଳତା ହାସଲ କରି ଏହି ଛାତ୍ରଛାତ୍ରୀ ମାନେ ମନୋନୀତ ହେଇଛନ୍ତି । ଭାରତକୁ ପ୍ରତିନିଧିତ୍ୱ କରିବେ ଏହି ଓଡିଶାର ଛାତ୍ରଛାତ୍ରୀ ମାନେ । ଭୁବନେଶ୍ୱର ସହିତ ଏଥିରେ ମାଲକାନାଗିରି ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ଏମାନେ ପ୍ରସ୍ତୁତ କରିଥିବା ହ୍ୟୁମାନ ରୋଭର ନାସାର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବ । ଏହି ପ୍ରସ୍ତୁତି ପାଇଁ ମୋଟ ୪ରୁ ୫ ମାସ ସମୟ ଲାଗିପାରେ ବୋଲି ଛାତ୍ରଛାତ୍ରୀ ମାନେ ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here